ଅନ୍ତର୍ଜାତୀୟଜାତୀୟ

ୟୁକ୍ରେନ ସହ ଯୁଦ୍ଧ କରୁ କରୁ ସ୍ୱିଡେନରେ ପଶିଲା ଋଷ ସେନା: ଜାଣନ୍ତୁ କ’ଣ ହେଲା ଏହା ପରର ଘଟଣା

ନୂଆଦିଲ୍ଲୀ() ୟୁକ୍ରେନ ବିପକ୍ଷରେ ଯୁଦ୍ଧ ସମୟରେ ଋଷ ସେନା ଉପରେ ଗୁରୁତର ଅଭିଯୋଗ ଆଣିଛି ସ୍ୱିଡେନ । ବୁଧବାର ଋଷ ସେନାର ୪ଟି ଯୁଦ୍ଧ ଜାହାଜ ସ୍ୱିଡେନର ଏୟାରସ୍ପେଶ ମଧ୍ୟରେ ପଶି ଆସିଥିବା ଅଭିଯୋଗ ହୋଇଛି । ୟୁକ୍ରେନ ଉପରେ ଲଗାତାର ଆକ୍ରମଣ ସମୟରେ ଏହି ଘଟଣା ଏବେ ସାରା ୟୁରୋପୀୟ ଦେଶମାନଙ୍କରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ୟୁକ୍ରେନ ପରେ ୟୁରୋପ ଅନ୍ୟ ଦେଶମାନଙ୍କରେ ମଧ୍ୟ ଆକ୍ରମଣର ଆଶଙ୍କା ରହିଥିବା ବେଳେ ଏହି ଘଟରା ସମସ୍ତଙ୍କ ମନରେ ଭୟ ଖେଳାଇ ଦେଇଛି । ଦୁଇଟି ସୁଖୋଇ-୨୭ ଏବଂ ଦୁଇଟି ସୁଖାଇ-୨୪ ଯୁଦ୍ଧ ବିମାନ ଅଚାନକ ଏୟାରସ୍ପେଶରେ ପଶି ଆସିଥିବା ସୂଚନା ଦେଇଛି ସ୍ୱିଡେନ ।

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଚେତାବନୀ ପରେ ଏପରି ଘଟଣା ଘଟିଛି । କିଛି ଦିନ ପୂର୍ବରୁ ଋଷ ଚେତାବୀ ଦେଇ କହିଥିଲା ଯେ, ଯଦି ସେ ନାଟୋକୁ ଯାଆନ୍ତି ତେବେ ସ୍ୱିଡେନ ଏବଂ ଫିନଲାଣ୍ଡ ଭଳି ଦେଶକୁ ଏହାର ପରିଣାମ ଭୋଗିବାକୁ ପଡିବ । ତେବେ ଦେଶରେ ଋଷର ଯୁଦ୍ଧ ବିମାନ ପଶିବା ପରେ ଏହାକୁ ନେଇ ଖୁବ ଚିନ୍ତିତ ହୋଇ ପଡିଛନ୍ତି ସରକାର । ତେବେ ନିଜ ସୁରକ୍ଷା ଏବଂ ଦେଶରକ୍ଷା ପାଇଁ ଯବାନ ମାନେ ତତ୍ପର ଥିବା କହିଛନ୍ତି ସ୍ୱିଡିଶ ଏୟାରଫୋର୍ସ ଚିଫ ଜୋହାନ ଏଡଷ୍ଟ୍ରମ । ସ୍ୱିଡେନ ନାଟୋର ସଦସ୍ୟ ନହେଲେ ମଧ୍ୟ ୟୁକ୍ରେନକୁ ୫୦୦୦ ଆଣ୍ଟି ଟ୍ୟାଙ୍କ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com