ଓଡ଼ିଶା

ପୁରୀ ମୁଖ୍ୟ କେନାଲରେ କୁମ୍ଭୀର ଆତଙ୍କ, ଭୟରେ ସ୍ଥାନୀୟ ବାସିନ୍ଦା

ଭୁବନେଶ୍ୱର()  କେନାଲରେ କୁମ୍ଭୀର । ରାଜଧାନୀ ଉପକଣ୍ଠ ହଂସପାଳ ଛକ ନିକଟସ୍ଥ ବସୁନ୍ଧରା ଆପାର୍ଟମେଣ୍ଟ୍ ସଂଲଗ୍ନ ପୁରୀ ମୁଖ୍ୟ କେନାଲରେ ବିରାଟକାୟ କୁମ୍ଭୀର ଦେଖିବାକୁ ମିଳିଛି। ପ୍ରାୟ ୧୨ ଫୁଟରୁ ଅଧିକ ଲମ୍ବାର ଏକ ଘଡ଼ିଆଳ କୁମ୍ଭୀରକୁ ଦେଖି ଲୋକେ ଆତଙ୍କିତ ହୋଇ ପଡିଛନ୍ତି।

କୁମ୍ଭୀର ଦେଖିବାକୁ କେନାଲ ହୁଡ଼ାରେ ଲୋକଙ୍କ ଭିଡ଼ ଜମିଛି। ସେପଟେ ଲୋକଙ୍କୁ ଘଉଡାଇବାକୁ ଘଟଣା ସ୍ଥଳରେ ପୋଲିସ ପହଁଚିଛି। ନରାଜ ମୁଣ୍ଡଳୀରୁ କୁମ୍ଭୀରଟି ଆସିଥିବା ଅନୁମାନ କରାଯାଉଛି।  ପୂର୍ବରୁ ମଧ୍ୟ କେନାଲରେ ଦୁଇଟି କୁମ୍ଭୀର ଆସିଥିବା ସ୍ଥାନୀୟ ଲୋକେ ମତ ଦେଇଛନ୍ତି। ବିରାଟକାୟ କୁମ୍ଭୀର କେନାଲରେ ଥିବା ଯୋଗୁଁ କେନାଲକୁ ଯିବାକୁ ଲୋକେ ଭୟ କରୁଛନ୍ତି। କିଛି ଅଘଟଣ ଘଟିବା ପୂର୍ବରୁ ବନ ବିଭାଗ କୁମ୍ଭୀରକୁ କାବୁ କରିବାକୁ ଦାବି ହୋଇଛି।

Related Articles

Back to top button