Featuredଜାତୀୟ

ଆର୍ଯ୍ୟନର ବଂଚିବା ଯୁଦ୍ଧରେ ବାଜି ମାରିଲା ମୃତ୍ୟୁ, ହାରିଗଲା ଜୀବନ

ରାଜସ୍ଥାନ: ସଂଘର୍ଷରେ ବାଜି ମାରିଲା ମୃତୁ୍ୟ । ହାରିଗଲା ଜୀବନ । ଜୀବନ ଯୁଦ୍ଧରେ ହାରିଗଲା ଆର୍ୟ୍ୟନ୍‌। ୫୭ ଘଣ୍ଟାର ଯୁଦ୍ଧକାଳୀନ ଅପରେସନ୍‌ ପରେ ବି ବଞ୍ଚାଇ ହେଲାନି ୫ ବର୍ଷର ଏହି କଅଁଳା ଶିଶୁକୁ। ରାଜସ୍ଥାନ ଦୌସା ସ୍ଥିତ କାଲିଘଟ ଗାଁରେ ବୋରୱେଲ ଭିତରେ ଫଶିଥିବା ଆର୍ଯ୍ୟନ ଆଖି ବୁଜିଛି । ୫ ବର୍ଷୀୟ ଆର୍ୟ୍ୟନ୍‌ ଖେଳୁ ଖେଳୁ ୧୪୭ ଫୁଟ୍‌ର ପରିତ୍ୟକ୍ତ ବୋରଓ୍ୱେଲ ଗାତରେ ଖସି ପଡିଥିଲା। ତେବେ ଗତ ସୋମବାରଠୁ ତାକୁ ବଞ୍ଚାଇବା ପାଇଁ ଅପରେସନ୍‌ ଚାଲିଥିଲା। ତାକୁ ଉଦ୍ଧାର କରିବାକୁ ଏନ୍‌ଡିଆର୍‌ଏଫ୍‌ ସମେତ ଅନ୍ୟ ରେସ୍କ୍ୟୁ ଟିମ୍‌ ଦିନ ରାତି ଏକ କରିଦେଇଥିଲେ। ଜେସିବି ସାଙ୍ଗକୁ ମେସିନ ଲଗାଇ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିଲା ଉଦ୍ଧାର କାର୍ୟ୍ୟ। ଶେଷରେ ତାକୁ ବୋରଓ୍ୱେଲ ଗାତ ଭିତରୁ ଉଦ୍ଧାର କରାଯାଇଥିଲା। ସେ ଅଚେତ ଥିବାରୁ ତାକୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ଆର୍ୟ୍ୟନକୁ ମୃତ ଘୋଷଣା କରିଥିଲେ। ଅତ୍ୟଧିକ ଗରମ ଏବଂ ଅସ୍ୱାସ୍ଥ୍ୟକର ପରିବେଶ ପାଇଁ ସେ ଆଖିବୁଜିଥିବା କୁହାଯାଉଛି।

Related Articles

Back to top button