ଜାତୀୟରାଜନୀତି

ଏଣିକି ୟୁକ୍ରେନକୁ ଡାକ୍ତରୀ ପଢ଼ିବାକୁ ଯିବେ ନାହିଁ ଭାରତୀୟ ଛାତ୍ର, ମେଡିକାଲ କଲେଜ ସ୍ଥାପନ ନେଇ ମୋଦୀଙ୍କ ସହ ଆଲୋଚନା କଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ୟୁକ୍ରେନ-ରୁଷିଆ ମଧ୍ୟରେ ଘମାଘୋଟ ଲଢ଼େଇରେ ଫସିଛନ୍ତି ୧୮ ହଜାର ଭାରତୀୟ ଛାତ୍ର । ସେମାନଙ୍କୁ ଉଦ୍ଧାର ପାଇଁ ଭାରତ ସରକାର ଅପରେସନ ଗଙ୍ଗା ଆରମ୍ଭ କରିଛନ୍ତି । ଇତିମଧ୍ୟରେ ଜଣେ ଭାରତୀୟ ଛାତ୍ର ରକେଟ ମାଡ଼ରେ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଗୁଳିମାଡ଼ର ଶିକାର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ସ୍ଥିତିରେ ସେମାନଙ୍କର ପିତାମାତାଙ୍କ ଶ୍ୱାସ ରୁଦ୍ଧ ହୋଇ ଯାଇଛି ସେମାନଙ୍କର ସନ୍ତାନମାନଙ୍କର ଫେରିବା ବାଟକୁ ଚାହିଁ ଚାହିଁ । ତେବେ ଭାରତରେ ଅନେକ ଉଚ୍ଚମାନର ମେଡିକାଲ କଲେଜ ଥିଲେ ମଧ୍ୟ କ’ଣ ପାଇଁ ଏତେ ସଂଖ୍ୟକ ପିଲା ବିଦେଶକୁ ପଢ଼ିବା ପାଇଁ ଯାଉଛନ୍ତି ସେନେଇ ଅନେକ ପ୍ରଶ୍ନ ଉଠାଉଛନ୍ତି । ବର୍ତ୍ତମାନ ସ୍ଥିତିରେ ହଜାର ହଜାର ପିଲାଙ୍କୁ ଲୋନ ଓ ମେଡିକାଲ କ୍ୟାରିୟର ଚିନ୍ତା ଘାରିଲାଣି ।

ତେବେ ଭାରତୀୟ ଛାତ୍ରମାନଙ୍କୁ ଏଣିକି ୟୁକ୍ରେନକୁ ମେଡିକାଲ ପଢ଼ିବାକୁ ଯିବାକୁ ପଡ଼ିବ ନାହିଁ । ଟ୍ରେକ୍ ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଭାରତରେ ଏକ ମେଡିକାଲ କଲେଜ ସ୍ଥାପନ ନେଇ ଆଗ୍ରହ ପ୍ରକାଶ କରିଛନ୍ତି । ଦେଶରେ ମେଡିକାଲ ସିଟ ଅଭାବକୁ ଦୂର କରିବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଲୋଚନା କରିଛନ୍ତି । ତେବେ ବର୍ତ୍ତମାନ ୮୫ ହଜାରରୁ ଅଧିକ ଭାରତୀୟ ଛାତ୍ର ଚୀନ, ୟୁକ୍ରେନ, ରୁଷିଆ, ଫିଲିପାଇନ୍ସ, କିରଗିଜସ୍ଥାନ, ଜର୍ଜିଆ ଓ ବାଂଲାଦେଶରେ ମେଡିକାଲ ପାଠ ପଢ଼ୁଛନ୍ତି । ଯଦି ଭାରତରେ ବୃହତ ମେଡିକାଲ କଲେଜ ସ୍ଥାପନ ସମ୍ଭବ ହୁଅନ୍ତା, ତେବେ ଦେଶର ପିଲାମାନେ ବିଦେଶକୁ ମେଡିକାଲ ପଢ଼ିବାକୁ ଯାଇ ହିନସ୍ତା ହୁଅନ୍ତେ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com