ଜାତୀୟ

ବିହାରର ଭାଗଲପୁରରେ ବିସ୍ଫୋରଣ ଘଟି ୩ ତାଲା କୋଠା ଧରାଶାୟୀ; ୫ ମୃତ ୮ ଆହତ

ଭାଗଲପୁର() ଗୁରୁବାର ରାତିରେ ବିହାରର ଭାଗଲପୁର ଜିଲ୍ଲାରେ ପ୍ରଚଣ୍ଡ ବିସ୍ଫୋରଣ ଯୋଗୁଁ ଗୋଟାଏ ୩ ତାଲା କୋଠା ଧରାଶାୟୀ ହେବାରୁ ଅନ୍ୟୁନ ୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ୮ଜଣ ଆହତ ହୋଇଛନ୍ତି।

ପୁଲିସ ଓ ଜରୁରୀକାଳୀନ ସେବା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ରିଲିଫ୍‌ ଅଭିଯାନ ଆରମ୍ଭ କରିଥିଲେ। ଭୁଶୁଡ଼ି ପଡ଼ିଥିବା କୋଠାର ଭଗ୍ନସ୍ତୂପ ତଳେ ୧୦ରୁ ୧୫ଜଣ ବ୍ୟକ୍ତି ରହିଯାଇଥିବା ଆଶଙ୍କା କରାଯାଉଛି।

ଆହତମାନଙ୍କୁ ମାୟାଗଞ୍ଜସ୍ଥିତ ଜେଏଲ୍‌ଏନ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଆହତମାନେ ପହଞ୍ଚିବା କ୍ଷଣି ୪ଜଣ ମୃତ ବୋଲି ଡାକ୍ତରମାନେ ଘୋଷଣା କରିଥିଲେ।

ସ୍ଥାନୀୟ ଥାନା ଠାରୁ ୧୦୦ ମିଟର୍‌ରୁ କମ୍‌ କାଜୱାଲିଛକ ଅଞ୍ଚଳରେ ଗୋଟାଏ ଅନାଥାଳୟ ସଂଲଗ୍ନ କୋଠାରେ ବିସ୍ଫୋରଣ ଘଟିଥିଲା। ଏହି ପ୍ରଚଣ୍ଡ ବିସ୍ଫୋରଣ ହେତୁ ୨/୩ଟି ସଂଲଗ୍ନ ଘର ମଧ୍ୟ ନଷ୍ଟ ହୋଇଛି।

ମହମ୍ମଦ ୟୁସୁଫ୍‌ ବୋଲି ପରିଚୟ ଦେଉଥିବା ଜଣେ ପଡ଼ୋଶୀ କହିଛନ୍ତି, ଉକ୍ତ ଘରେ ବସବାସ କରୁଥିବା ଲୋକମାନଙ୍କର ବେଉସା ଥିଲା ଆତସବାଜି ତିଆରି।

ଘଟଣା ସଂକ୍ରାନ୍ତରେ ତନ୍ତ ଆରମ୍ଭ ହୋଇଛି। ଘଟଣାସ୍ଥଳରେ ଫରେନ୍‌ସିକ୍‌ ଟିମ୍‌ର ଯାଞ୍ଚ ଶେଷ ହେଲେ ଅଧିକ ସୂଚନା ମିଳିବ।

Related Articles

Back to top button
WP Twitter Auto Publish Powered By : XYZScripts.com