ଜାତୀୟ

ଜଙ୍କ ଫୁଡ୍ ବିଜ୍ଞାପନ ଉପରେ ଲାଗିବ ରୋକ୍, ଚଳିତ ମାସ ଶେଷ ସୁଦ୍ଧା କେନ୍ଦ୍ର ସରକାର ଜାରି କରିପାରନ୍ତି ନିର୍ଦ୍ଦେଶନାମା

ନୂଆଦିଲ୍ଲୀ() ସାଧାରଣତଃ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ଜଙ୍କ ଫୁଡର ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ । ଜଙ୍କ ଫୁଡ୍ ଖାଇବା ଦ୍ୱାରା ଅଧିକାଂଶ ଯୁବପୀଢି ମୋଟାପାର ଶିକାର ହୋଇଥାନ୍ତି । ତେଣୁ ଏଥିରେ ସୁଧାର ଆଣିବା ପାଇଁ କେନ୍ଦ୍ର ସରକାର ବିଚାର କରୁଛନ୍ତି । ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେର ରିପୋର୍ଟକୁ ନେଇ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି ।

ବର୍ତ୍ତମାନ ସମୟରେ ଶିଶୁଙ୍କ ଠାରେ ମୋଟାପା ସମସ୍ୟା ବହୁଳ ଭାବେ ଦେଖାଯାଉଛି । ଏହା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥିବାରୁ ଏହା ନିଶ୍ଚିତ ଭାବେ ଚିନ୍ତାଜନକ ବିଷୟ । ତେଣୁ ଶରୀରକୁ କ୍ଷତି ପହଞ୍ଚାଉଥିବା ଜଙ୍କ ଫୁଡର ବିଜ୍ଞାପନକୁ ବ୍ୟାନ କରାଯାଇପାରେ । ଏନେଇ ଆସିଥିବା ପ୍ରସ୍ତାବ ଉପରେ ବିଚାର କରାଯାଉଛି । ଜଙ୍କଫୁଡ ସମ୍ବନ୍ଧୀୟ ବିଜ୍ଞାପନ ଶିଶୁଙ୍କ ଠାରେ କୁପ୍ରଭାବ ପକାଇଥାଏ । ତେଣୁ ଏହି ଭ୍ରମାତ୍ମକ ବିଜ୍ଞାପନ ଉପରେ ରୋକ ଲାଗିପାରେ । ଚଳିତ ମାସ ଶେଷ ସୁଦ୍ଧା ଏନେଇ ନିର୍ଦ୍ଦେଶନାମା ଆସିପାରେ ବୋଲି ଅନୁମାନ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com