ଅନ୍ତର୍ଜାତୀୟଜାତୀୟ

ଯୁଦ୍ଧ ପରେ ପ୍ରଥମଥର ପାଇଁ ସାମ୍ନାକୁ ଆସିଲେ ୟୁକ୍ରେନ ରାଷ୍ଟ୍ରପତି: କହିଲେ- ‘ମୁଁ କାହାକୁ ଡରେନି କି ଲୁଚେନି’, ଦେଖନ୍ତୁ Video

କିଭ() ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏବେବି ଜାରି ରହିଛି । ଏହି ଯୁଦ୍ଧରେ ହଜାର ହଜାର ଲୋକଙ୍କ ଜୀବନ ଧ୍ୱଂସ ହୋଇସାରିଲାଣି । ଯୁଦ୍ଧ ଆରମ୍ଭ ପରେ ପ୍ରଥମ ଥର ସାମ୍ନାକୁ ଆସିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି । ନିଜ କାର୍ଯ୍ୟାଳୟରୁ ସେ ଏକ ଭିଡିଓ ରିଲିଜ କରିଛନ୍ତି । ପୋଷ୍ଟ ହୋଇଥିବା ଭିଡିଓରେ ସେ କହିଛନ୍ତି ଯେ, ‘ମୁଁ କୁଆଡେ ଲୁଚି ପଳାଇନି । କିଭରେ ହିଁ ଅଛି । ମୁଁ କେଉଁଠି ଲୁଚିକି କି କାହାକୁ ଡରେନି ବୋଲି । ମୁଁ କିଭର ବ୍ୟାଙ୍କୋବା ରାସ୍ତାରେ ରହୁଛି । ମୋ ସହ ମୋ ଟିମ୍ ଅଛନ୍ତି । ଆମେ ଜିତିବାକୁ ଲଢ଼ୁଛୁ, ନିଶ୍ଚୟ ସଫଳ ହେବୁ । ପ୍ରତି ସହର, ପ୍ରତି ଗଳିରେ ରୁଷୀୟ ସୈନ୍ୟଙ୍କୁ ଜବାବ ଦିଆଯାଉଛି । ଆମ ନାଗରିକମାନେ ହିରୋ ଭଳି ସେମାନଙ୍କୁ ପ୍ରତିରୋଧ କରୁଛନ୍ତି । ୟୁକ୍ରେନ ଆକ୍ରମଣ ରୁଷ ପାଇଁ ଦୁଃସ୍ୱପ୍ନ ପାଲଟିବାକୁ ଯାଉଛି ।’

ତେବେ ଫେବ୍ରୁଆରୀ ୨୪ ପରଠାରୁ ବୋଲଡିମିର ଜେଲେନସ୍କି ସାମ୍ନାକୁ ଆସୁନଥିଲେ । ଜେଲେନସ୍କି ଦେଶ ଛାଡ଼ି ପଳାଇଥିବା ନେଇ ଚର୍ଚ୍ଚା ହେଉଥିଲା । ଫେବ୍ରୁଆରି ୨୪ ତାରିଖରେ ରୁଷର ରାଷ୍ଟ୍ରପତି ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ । ଏହି ଯୁଦ୍ଧ ହେବା ପରଠାରୁ ପ୍ରାୟ ୧.୫ ମିଲିୟନରୁ ଅଧିକ ଲୋକ ୟୁକ୍ରେନ ଛାଡ଼ି ପଳାଇଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com