ଅନ୍ତର୍ଜାତୀୟ

ସୁମୀରେ ଋଷ ସେନା ପକ୍ଷରୁ ୫୦୦କେଜିର ବୋମା ବିସ୍ଫୋରଣ: ୧୮ ଜଣଙ୍କ ମୃତ୍ୟୁ, ଫସିଛନ୍ତି ୭ଶହ ଭାରତୀୟ

ନୂଆଦିଲ୍ଲୀ : ୟୁକ୍ରେନ୍‌ ଉପରେ ଋଷର ଯୁଦ୍ଧକୁ ପୁରିଲାଣି ୧୩ ଦିନ । ମିସାଇଲ ଆଉ ଶକ୍ତିଶାଳୀ ବିସ୍ଫୋରକ ମାଡରେ ଛାରଖାର୍‌ ହୋଇଗଲାଣି ୟୁକ୍ରେନ୍‌ । ଘନଘନ ଆକ୍ରମଣ ପରେ ୟୁକ୍ରେନ ଛାଡିଲେଣି ଲକ୍ଷ ଲକ୍ଷ ଲୋକ । ଜୀବନ ବଞ୍ଚାଇବାକୁ ପଡୋଶୀ ଦେଶର ଆଶ୍ରୟ ନେଇଛନ୍ତି ।
ଋଷର ଆକ୍ରମଣରେ ଛାର୍‌ଖାର୍‌ ହୋଇଗଲାଣି ୟୁକ୍ରେନ୍‌ର ରାଜଧାନୀ କିଭ୍‌ ସମେତ ଖାରକିଭ୍, ସୁମୀ, ମାରିୟୁପୋଲ୍‌ ଏବଂ ଓଡେଶା । ଏହି ସବୁ ସହରରେ ରହୁଥିବା ଲୋକେ ଭୟରେ ଅନ୍ୟ ଦେଶକୁ ଚାଲିଯାଇଥିବା ବେଳେ ଏବେ ମଧ୍ୟ ସେଠାରେ କିଛି ଲୋକ ଫସିରହିଛନ୍ତି ।
ତେବେ ମିଳିଥିବା ସୂଚନା ଅନୁସାରେ, ୟୁକ୍ରେନ୍‌ର ସୁମୀରେ ବର୍ତ୍ତମାନ ମଧ୍ୟ ପ୍ରାୟ ୭୦୦ ଭାରତୀୟ ଫସିରହିଛନ୍ତି । ତେବେ ସେଠାରେ ମଙ୍ଗଳବାର ଭୟଙ୍କର ବିସ୍ଫୋରଣ କରିଛି ଋଷ ସେନା । ୟୁକ୍ରେନ୍‌ର ଦାବି ମୁତାବକ, ସୁମୀରେ ୫୦୦ କିଲୋ ଓଜନର ଏକ ବୋମା ଫିଙ୍ଗିଛି ଋଷ । ଯେଉଁଥିରେ ୨ ଜଣ ଶିଶୁଙ୍କ ସମେତ ପ୍ରାୟ ୧୮ ଜଣଙ୍କର ମୃତ୍ୟୁ ଘଟିଛି । ଶହ ଶହ ସଂଖ୍ୟାରେ ଆହତ ମଧ୍ୟ ହୋଇଛନ୍ତି । ସବୁଠାରୁ ବଡ କଥା ହେଉଛି ସୁମୀରେ ୭ଶହ ଭାରତୀୟ ରହିଛନ୍ତି । ସୁମୀରେ ଫସିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସେଠାରୁ ଉଦ୍ଧାର କରାଯାଇଥିବା ଖବର ମିଳିଛି ।
ଭୟଙ୍କର ବିସ୍ଫୋରଣରେ ସୁମୀରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଶାନ୍ତି ପ୍ରତିଷ୍ଠା ପାଇଁ ରାଷ୍ଟ୍ରପତି ଭୋଲିମିଡିର୍ ଜେଲେଂସ୍କିଙ୍କ ଉପରେ ମଧ୍ୟ ଚାପ ବଢିବାରେ ଲାଗିଛି । ଗତ ୧୩ ଦିନ ହେଲା ୟୁକ୍ରେନ୍‌ରେ ତାଣ୍ଡବ ଲୀଳା ଚଳାଇଛି ଋଷ ସେନା । ଶାନ୍ତି ପ୍ରତିଷ୍ଠା ପାଇଁ ବିଭିନ୍ନ ଦେଶ ଉଦ୍ୟମ କରୁଥିଲେ ସୁଦ୍ଧା ଯୁଦ୍ଧ ବନ୍ଦ ହେଉନି ।

Related Articles

Back to top button
WP Twitter Auto Publish Powered By : XYZScripts.com