ଓଡ଼ିଶା

BJDକୁ କଡ଼ା ଟକ୍କର ଦେବ BJP: ରଣାଙ୍ଗନକୁ ଓହ୍ଲାଇବେ ଦଳର ୩ ହେଭିୱେଟ୍

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ପୌର ନିର୍ବାଚନ । ଇତିମଧ୍ୟରେ ସମସ୍ତ ରାନୈତିକ ଦଳର ମେୟର, କାଉନସିଲର ପ୍ରାର୍ଥୀମାନେ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି । ତେବେ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡି ବିପୁଳ ବିଜୟ ହାସଲ କରିଥିବା ବେଳେ ବିରୋଧୀ ବିଜେପି ଧୂଳି ଚାଟିଥିଲା । ତେବେ ଅନେକ ହେଭିୱେଟ ନେତାଙ୍କୁ ପଞ୍ଚାୟତ ନିର୍ବାଚନ ପ୍ରଚାର କାର୍ଯ୍ୟରେ ସାମିଲ କରାଯାଇ ନଥିବାରୁ ଦଳ ହାରିଲା ବୋଲି ଅନେକ ମତ ଦେଇଥିଲେ । ତେଣୁ ବିଜେପିରୁ ଅତୀତର ଭୁଲରୁ ଶିକ୍ଷା ଲାଭ କରିବା ସହ ନୂଆ ଷ୍ଟାଟେଜି ଆପଣାଇଛି ।
ଜଣାପଡ଼ିଛି ଯେ, ଚଳିତ ପୌର ନିର୍ବାଚନରେ ବିଜେପିର ୩ ଜଣ ହେଭିୱେଟ ପ୍ରଚାର ମୈଦାନକୁ ଓହ୍ଲାଇବେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ବିଜେପିର ରାଷ୍ଟୀୟ ମୁଖପାତ୍ର ସମ୍ବିତ ପାତ୍ର ଘର ଘର ବୁଲି ଭୋଟ ମାଗିବେ । ପୌର ନିର୍ବାଚନର ପ୍ରଚାର ମଙ୍ଗ ଧରିବେ ଧର୍ମେନ୍ଦ୍ର ଓ ବୈଜୟନ୍ତ । ଆସନ୍ତା ଦୁଇ ତିନି ଦିନ ଏହି ତୁଙ୍ଗନେତାମାନେ ନିଜ ଦଳର ପ୍ରାଥୀଙ୍କ ପାଇଁ ପ୍ରଚାର କରି ସେମାନଙ୍କୁ ନିର୍ବାଚନରେ ଜିତାଇବାକୁ ପ୍ରୟାସ କରିବେ । ତେବେ ବିଜେପିର ଏହି ନୂଆ ରଣକୌଶଳ ପରେ ବିଜେଡି କି ନୀତି ଆପଣାଉଛି ତାହା ଦେଖିବାକୁ ବାକି ରହିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com