ଓଡ଼ିଶା

କଟକ ବିଡାନାସି ବିହାରୀ ମିସ୍ତ୍ରୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ, 2 ଜଣ ଅଭିଯୁକ୍ତ ଗିରଫ

କଟକ () ବିଡାନାସି ଭୁଆଶୁଣି ପଠାରେ ଘଟିଥିବା ବିହାରୀ ମିସ୍ତ୍ରୀ ଆଜାଦ ଯାଦବ ହତ୍ୟାକାଣ୍ଡ ମାମଲାର ପର୍ଦ୍ଦାଫାସ କରିଛି ପୋଲିସ । ପରକିଆ ପ୍ରୀତିରୁ ହତ୍ୟା ହୋଇଥିବା ସୂଚନା ଦେଇଛନ୍ତି କଟକ ଡିସିପି । ଏହି ମାମଲାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ହେଲେ ମୁନିଲାଲ ଶର୍ମା ଓ ତାର ସହଯୋଗୀ କୈଳାସ ଚୌଧୁରୀ । ଅନ୍ୟ ଅଭିଯୁକ୍ତ ପଙ୍କଜ ଶର୍ମା ଫେରାର ହୋଇଯାଇଛି ।

ମୃତ ଆଜାଦ ଫେରାର ଅଭିଯୁକ୍ତ ପଙ୍କଜ ସ୍ତ୍ରୀ ସହିତ ପରକିଆ ପ୍ରୀତି ଥିଲା । ଏହାର ପ୍ରତିଶୋଧ ନେବା ପାଇଁ ଆଜାଦକୁ ହତ୍ୟା କରିବା ପାଇଁ ପଙ୍କଜ ମୁନିଲାଲକୁ 20 ହଜାର ଟଙ୍କା ଦେଇଥିଲା ।ଫଳରେ ଗତ ମାସ ୨୫ ତାରିଖରେ କଟକ ଚାଉଳିଆଗଞ୍ଜରେ ଏକ ଭଡ଼ାଘରେ ରହୁଥିବା ମୁନିଲାଲ ଶର୍ମା ଭୁବନେଶ୍ୱର ସହିଦ ନଗର ଅଞ୍ଚଳର ବାସିନ୍ଦା ଆଜାଦକୁ କଟକ ଭୁଆସୁଣି ପଠାକୁ ଡକାଇଥିଲା । ସେଠାରେ ଉଭୟ ମଦ୍ୟପାନ କରିବା ପରେ ସୁଯୋଗ ଖୋଜି ମୁନିଲାଲ ଆଜାଦର ପେଟରେ ମଦ ବୋତଲ ଭୂଷିବା ସହ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲା ।

ଏନେଇ ଆଜାଦର ପରିବାର ଲୋକ ସହିଦ ନଗର ଥାନାରେ ଏତଲା ଦେଇଥିଲେ । ଏହାର ଗୋଟିଏ ଦିନ ପରେ କଟକ ବିଡାନାସି ଭୁଆଶୁଣି ପଠାରେ ଆଜାଦର ମୃତଦେହ ମିଳିଥିଲା । ସମସ୍ତ ଅଭିଯୁକ୍ତ ଓ ମୃତକ ଆଜାଦ ବିହାର ବାସିନ୍ଦା ଏବଂ ସେମାନେ ଟ୍ବିନ ସିଟିରେ ରହି ରଙ୍ଗମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ସେପଟେ ଗିରଫଦାରୀ ପରେ ଦୁଇ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନେଇ ସିନ ରିକ୍ରିଏସନ କରାଇଛି ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com