ଓଡ଼ିଶା

ନଦୀରୁ ବେପରୁଆ ବାଲି ଉଠାଇବା ଯୋଗୁ ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା କୂଶେଇ ନଦୀର ଦେଓଗାଁ ବାଲିଘାଟ ନଦୀରେ ବୁଡି ଜଣେ ଯୁବକ ଜୀବନ ହାରିଛନ୍ତି। ମୃତ ଯୁବକ ସ୍ଥାନୀୟ ବାଙ୍ଗରକଟା ଗାଁର ଦୁଶାସନ ବଳଙ୍କ ପୁଅ ପ୍ରଶାନ୍ତ ବଳ। ବେପରୁଆ ଭାବେ ବାଲିଘାଟ ନିଲାମ ଧାରି ନଦୀରୁ ମେସିନ ଲଗାଇ ବାଲିଉତ୍ତୋଳନ କରି ଗଭିର ଗାତ କରିଥିବାରୁ ଏଭଳି ଅଘଟଣ ଘଟିଥିବା ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି।

ଗତକାଲି ସନ୍ଧ୍ଯାରେ ପ୍ରଶାନ୍ତ ନଦୀ ଆରପାରିରେ ଚାଲିଥିବା ଦେଓଗାଁ ଜାଗର ଯାତ୍ରା ଦେଖିବାକୁ ଯାଇ ଆଉ ଘରକୁ ଫେରିନଥିଲେ। ଘରଲୋକେ ବହୁ ଖୋଜାଖେଜି କରି ଚିନ୍ତାରେ ଥିଲେ। ଆଜି ତାଙ୍କ ମୃତଦେହ ନଦୀର ବାଲିଘାଟରେ ଭାସୁଥିବା ନେଇ ପରିବାର ଲୋକେ ଖବର ପାଇଥିଲେ। ପୋଲିସ ଓ ଅଗ୍ନୀଶମ ବାହିନୀ ସହାୟତାରେ ମୃତଦେହ ଉଦ୍ଧାର କରାଯାଇଥିଲା। ବର୍ଷର ଏହି ସମୟରେ ଜାଗର ମେଳା ଯୋଗୁଁ ବାଙ୍ଗରକଟା ଓ ଦେଓଗାଁ ଲୋକେ ନଦୀରେ ପାଣି ଅଳ୍ପ ଥିବାରୁ ଚାଲିଚାଲି ନଦୀ ପାର ହୋଇ ଯିବା ଆସିବା କରନ୍ତି । ତେବେ ବାଲିଘାଟ ନିଲାମଧାରି ସବୁଦିନ ନିଜ ନିଲାମ ଅଞ୍ଚଳ ବାହାରେ ମେସିନ ଲଗାଇ ନଦୀ ଗର୍ଭକୁ ଖୋଳି ବାଲି ଉଠାଉଥିବାରୁ ଲୋକେ ଏଭିଳ ଦୁର୍ଘଟଣାର ଶୀକାର ହୋଉଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com