ଜାତୀୟବାଣିଜ୍ୟ

ଭୋଟ ଗଣନା ଚାଲିଥିବା ବେଳେ ଶସ୍ତା ହେଲା ସୁନା: ଜାଣନ୍ତୁ ଏବେ କେତେ ରେଟ୍

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସହିତ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଆଜି ଭୋଟ ଗଣତି ଜାରି ରହିଛି । ଏହାରି ମଧ୍ୟରେ ସୁନା ଦର ଶସ୍ତା ହୋଇଛି । ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୫୩,୧୪୦ଟଙ୍କା ଥିବାବେଳେ ୩୨ କ୍ୟାରେଟ୍ ସୁନାର ମୂଲ୍ୟ ୪୮,୬୮୦ଟଙ୍କା ରହିଛି । ୨୪ କ୍ୟାରେଟ୍ ଏବଂ ୨୨ କ୍ୟାରେଟ୍ ପାଇଁ ସୁନା ହାର ୧୮୨୦/୧୦ ଗ୍ରାମ ବୃଦ୍ଧି ପାଇଛି । ଗତକାଲି ଭାରତରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ମୂଲ୍ୟ ୫୩,୬୦୦ ଟଙ୍କା ଥିବାବେଳେ ୨୩ କ୍ୟାରେଟ୍ ସୁନା ୪୯,୦୯୦ ଟଙ୍କା ଥିଲା ।
ଗତ ୨୪ ଘଣ୍ଟା ମଧ୍ୟରେ ଭାରତର ବିଭିନ୍ନ ମେଟ୍ରୋ ସହରରେ ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଦେଖାଗଲା । ଚେନ୍ନାଇରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ମୂଲ୍ୟ ୫୫,୧୦୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୫୦,୫୦୮ଟଙ୍କା ରହିଛି । ଏହା ସହ ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୫୪,୩୩୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା ଦର ୪୯,୮୦୦ ଟଙ୍କା ରହିଛି । କୋଲକାତାରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୫୪,୩୩୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ୪୯,୮୦୦ ଟଙ୍କା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com