ନୂଆଦିଲ୍ଲୀ : ୟୁକ୍ରେନ ଓ ଋଷ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶର ସମସ୍ତ ଆଣବିକ ଅସ୍ତ୍ରକୁ ହାଇ ଆଲର୍ଟରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ବିଶ୍ୱବାସୀ ତଥା ଅନେକ ବଡ ବଡ ଦେଶର ରାଷ୍ଟ୍ରମୁଖ୍ୟ ଚିନ୍ତାରେ ପଡିଛନ୍ତି । ଋଷ ୟୁକ୍ରେନ ଉପରେ ଆଣବିକ ଅସ୍ତ୍ର ପକାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଆସନ୍ତୁ ନଜର ପକାଇବା କିଛି ବିଧ୍ୱଂସୀ ଆଣବିକ ବୋମା ଉପରେ ।
ଋଷିଆ ଟିସାର୍ ବୋମା
ଋଷର ସବୁଠାରୁ ବିଧ୍ୱଂସୀ ପରମାଣୁ ବୋମା ହେଉଛି ଟିସାର୍ ବୋମା । ଏହା ନିମିଷକେ ସବୁ କିଛି ବରବାଦ କରିଦିଏ । ଏହାକୁ ଋଷ ୧୯୬୧ ବିଶ୍ୱଯୁଦ୍ଧ ବେଳେ ତିଆରି କରିଥିଲା । ଏହାର ପରୀକ୍ଷଣ ବେଳେ ଏହା ୧୦୦୦ କିମି ଦୂରତାରୁ ମଧ୍ୟ ଦେଖାଯାଉଥିଲା । ଏପରିକି ବିସ୍ଫୋରଣର ବିକିରଣ ୬୭ କିମି ଉଚ୍ଚ ଯାଏଁ ଉଠିଥିଲା ।
ଟିସାର କ୍ୟାନନ୍
ଏହି ବୋମା ମାଟିରୁ ୪ କିମି ଉଚ୍ଚତାରେ ବିସ୍ଫୋରଣ ହୋଇଥାଏ । ଏହାର ଆକାର ଛତୁ ଭଳି ହୋଇଥାଏ । ତେବେ ଏଥିରୁ ବାହାରୁଥିବା ଧୂଆଁ ୬୦ କିମି ଯାଏଁ ଦେଖିବାକୁ ମିଳେ । ଏହା ୫୫ରୁ ୧୦୦ କିମି ଯାଏଁ ଥିବା ସବୁ ଅଟାଳିକାକୁ ଧ୍ୱଂସ କରିପାରେ । ଏହାଦ୍ୱାରା ଭୂମିକମ୍ପ ମଧ୍ୟ ଆସିଥାଏ । ତେବେ ଏହାକୁ ୧୯୬୧ରେ ପରୀକ୍ଷଣ କରାଯାଇଥିଲା ।

ବୁଲାଭା ଇଣ୍ଟରକଣ୍ଟିନେଣ୍ଟାଲ୍ ବାଲିଷ୍ଟିକ୍ ମିସାଇଲ
ଋଷିଆ ଏହି ଆଡଭାନ୍ସଡ୍ ମିସାଇଲକୁ ୨୦୧୯ରେ ପରୀକ୍ଷଣ କରିଥିଲା । ଯାହା ସେତେବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏହାକୁ ଶ୍ୱେତ ସାଗର ମଧ୍ୟରୁ ଉତକ୍ଷେପଣ କରାଯାଇଥିଲା । ଯାହାର ପରୀକ୍ଷଣ କରି ଋଷ ସିଧାସଳଖ ଭାବେ ଆମିରିକାକୁ ଚେତାବନୀ ଦେଇଥିଲା ।
ବୁଲାଭା ହେଉଛି ବହୁତ ଶକ୍ତିଶାଳୀ ଆଣବିକ ଅସ୍ତ୍ର । ଏପରିକି ହିରୋସୀମା ଉପରେ ପକାଯାଇଥିବା ପରମାଣୁ ବୋମାଠୁ ଏହା ଆହୁରି ଘାତକ । ଏହା ସାଧାରଣ ପରମାଣୁ ବୋମାଠୁ ୫୦ରୁ ୬୦ ଗୁଣ ଶକ୍ତିଶାଳୀ । ଏହାର ଲକ୍ଷ୍ୟ ଭେଦୀ କ୍ଷମତା ୮୩୦୦ କିଲୋମିଟର ।

ଭ୍ଲାଦମିର ସବମେରିନ୍
ଏହାକୁ ଋଷିଆ ଯୁବରାଜ ଭ୍ଲାଦମିରଙ୍କ ନାଁ ଅନୁସାରେ ନାମକରଣ କରାଯାଇଥିଲା । ଏହା ବୋରେଇ-ଦ୍ୱିତୀୟ କ୍ଲାସର ସବମେରିନ୍ ଅଟେ । ଏହା ୧୬ଟି ବୁଲାଭା ମିସାଇଲ୍ ଧାରଣ କରିବାର କ୍ଷମତା ରଖିଥାଏ । ଏହା ଋଷ ନୌସେନାର ସବୁଠାରୁ ବଡ ଶକ୍ତି ବୋଲି କୁହାଯାଏ ।
Back to top button