ଓଡ଼ିଶା
ପୁରୀରେ ସଦର ବ୍ଲକ ଅଧ୍ଯକ୍ଷ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ
![](https://i0.wp.com/odia.mobilenews24x7.com/wp-content/uploads/2022/03/%E0%AC%AA%E0%AD%81%E0%AC%B0%E0%AD%80.jpeg?resize=780%2C470&ssl=1)
ପୁରୀ () ପୁରୀ ସଦର ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଅନୁଷ୍ଠିତ ହୋଇଛି। ୩୦ଟି ପଞ୍ଚାୟତ ବିଶିଷ୍ଟ ପୁରୀ ସଦର ବ୍ଲକ ପାଇଁ ପୂର୍ବରୁ ସମଙ୍ଗ ପଞ୍ଚାୟତର ସମିତି ସଭ୍ୟ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଅବଶିଷ୍ଟ ୨୯ ଜଣ ସମିତି ସଭ୍ୟ ନିର୍ବାଚନ ପରେ ବିଜୟ ହୋଇଥିଲେ।
ବିଜେଡି ଦଳ ସମର୍ଥନରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦିବାକର ପାତ୍ର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେପି ସମର୍ଥନରେ ବୀରହରେକୃଷ୍ଣପୁର ପଞ୍ଚାୟତ ସମିତି ସଦସ୍ୟ ଅଜୟ ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ଶାସକ ବିଜେଡି ଦଳ ସମର୍ଥନରେ ୨୩ ଜଣ ସମିତି ସଭ୍ୟ ନିର୍ବାଚିତ ହୋଇଥିବାରୁ ଦିବାକର ପାତ୍ର ଅଧ୍ୟକ୍ଷ ହେବା ଏକ ପ୍ରକାର ନିଶ୍ଚିନ୍ତ ହୋଇଯାଇଛି। ପୁରୀ ତହସିଲଦାର ରବି ପ୍ରଧାନ ନିର୍ବାଚନ ପରିଚାଳନା କରୁଛନ୍ତି।