ଓଡ଼ିଶା

ଆଜିଠୁ ଜଳିବ ଓଡ଼ିଶା, ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା

ଭୁବନେଶ୍ୱର: ସାବଧାନ୍! ଆଜିଠୁ ଜଳିବ ଓଡ଼ିଶା । ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା । ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଉତପ୍ତ ଶୁଷ୍କ ବାୟୁ ପ୍ରବେଶ କରିବ । ଏହା ପ୍ରଭାବରେ ଆଜିଠୁ ଉପକୂଳ ଓଡ଼ିଶାରେ ୩୬ ରୁ ୩୮ ଡିଗ୍ରୀ ତାପମାତ୍ରା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ୩୮ ରୁ ୪୧ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଏଥିପାଇଁ ୬ଟି ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ନୟାଗଡ ଏବଂ ଖୋର୍ଦ୍ଧାକୁ ସତର୍କତା ଜାରି କରାଯାଇଛି । ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।
ସେପଟେ ସମ୍ଭାବ୍ୟ ହିଟଓ୍ୱେଭ୍ କଣ୍ଡିସନକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛି ପରିବହନ ବିଭାଗ । ପରିବହନ ବିଭାଗ ପକ୍ଷରୁ କହୁଯାଇଛି କି ଅଧିକ ଖରା ସମୟ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବସ୍ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ବସ ମଧ୍ୟରେ ସ୍ୱଚ୍ଛ ପାନୀୟ ଜଳ, ବରଫ ଓ ORS ମହଜୁଦ ରଖିବାକୁ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବସ୍ ରହଣି ସ୍ଥଳରେ ଜଳଛତ୍ର ବ୍ୟବସ୍ଥା ଓ ବସରେ ଅଧିକ ସଂଖ୍ୟକ ଯାତ୍ରୀ ନ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ସେହିଭଳି ଜାତୀୟ ରାଜପଥରେ କିଓସ୍କ, ବସଗୁଡ଼ିକ ନିୟମ ପାଳନ କରୁଛନ୍ତି କି ନାହିଁ ତାର ଉପଯୁକ୍ତ ଯାଞ୍ଚ, ଜିଲ୍ଲାସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଆଦି ଖୋଲିବାକୁ କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com