ଓଡ଼ିଶା
ଦଳ ବିରୋଧୀଙ୍କ ବିରୋଧରେ ଆକ୍ସନ, ୨ ନେତାଙ୍କୁ ବିଜେଡିରୁ ବିଦା କଲେ ସୁପ୍ରିମୋ
ଭୁବନେଶ୍ୱର() ବିଜୁ ଜନତା ଦଳର ଆକ୍ସନ । ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଠମଲ୍ଲିକ ଏନ୍ଏସ୍ସିର ନିହାର ହୋତା ଓ ସନ୍ତୋଷ ହୋତାଙ୍କୁ ନିଲମ୍ବନ କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ଦଳ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଖବର ଅନୁଯାୟୀ, ଏହି ଦୁହିଁଙ୍କ ନାଁରେ ଦଳ ବିରୋଧୀ କାର୍ଯ୍ୟ ନେଇ ଅଭିଯୋଗ ଆସିଥିଲା । ଏହାପରେ ଦଳ ପକ୍ଷରୁ ଆରମ୍ଭ ହୋଇଥିଲା ଖୋଲତାଡ଼ । ଶେଷରେ ବୁଧବାର ଦିନ ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଆଠମଲ୍ଲିକ ଏନ୍ଏସ୍ସିର ନିହାର ହୋତା ଓ ସନ୍ତୋଷ ହୋତାଙ୍କୁ ନିଲମ୍ବନ କରିଛନ୍ତି । ଏହି ଆଦେଶକୁ ତୁରନ୍ତ ଲାଗୁ କରିବା ନେଇ ମଧ୍ୟ ନୋଟିସ୍ରେ ଉଲ୍ଲେଖ ରହିଛି ।