ଓଡ଼ିଶା

ନିଆରା ଢଙ୍ଗରେ କଟକରେ ଚାଲିଛି ପ୍ରଚାର

କଟକ() ଚକୁଳିଆ ପଣ୍ଡା ମାଧ୍ୟମରେ ପ୍ରଚାର…ଘରକୁ ଘର ବୁଲି ଏବଂ ଶୋଭାଯାତ୍ରା କରି ଭୋଟରଙ୍କୁ କରାଯାଉଛି ଆକର୍ଷଣ..ଏଭଳି ନିଆରା ଢଙ୍ଗରେ କଟକରେ ଚାଲିଛି ହାଇଭୋଲଟେଜ୍ ପ୍ରଚାର…

ଇଏ ହେଉଛି କଟକ ୨୪ ନମ୍ବର ୱାର୍ଡ୍ ର ଦୃଶ୍ୟ… ଯେଉଁଠାରେ ବିଜେଡି ପ୍ରାର୍ଥୀନି ଦିପ୍ତିମୟୀ ମୂଳିଆଙ୍କ ସପକ୍ଷରେ ଚକୁଳିଆ ପଣ୍ଡା ବେଶରେ ପ୍ରଚାରକୁ ଓହ୍ଲାଇଛନ୍ତି ଦୁଇ ପଣ୍ଡା । ପ୍ରାର୍ଥୀନିଙ୍କ ସହ ବିଜେଡିର ହେଭିୱଟ୍ ନେତା କୁନା ତ୍ରିପାଠୀ, ମେୟର୍ ପ୍ରାର୍ଥୀ ସୁବାଷ ସିଂ,ରଞ୍ଜନ ବିଶ୍ୱାଳଙ୍କ ସମେତ ଶହ ଶହ କର୍ମୀ ୱାର୍ଡ୍ ରେ ପଦଯାତ୍ରା କରି ଭୋଟ୍ ଭିକ୍ଷା କରିଥିଲେ।

ତେବେ ପୁର୍ବରୁ ୱାର୍ଡ୍ ର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହୋଇଥିବାରୁ ନିଶ୍ଚିତଭାବେ ଜିତାପଟ କରିବେ ବୋଲି ଆଶା ରଖିଛନ୍ତି ପ୍ରାର୍ଥୀନି।ଏହି ପଦଯାତ୍ରାରେ ଶହ ଶହ ମହିଳା କର୍ମୀ ସାମିଲ୍ ହୋଇଥିଲେ। ଚକୁଳିଆ ପଣ୍ଡାଙ୍କ ଏହି ଗୀତ ଅନ୍ୟମାନଙ୍କୁ ବେଶ୍ ଆକୃଷ୍ଟ କରିଥିଲା। ବିଭିନ୍ନ ଢଙ୍ଗରେ ଗୀତ ବୋଲି ଭୋଟରଙ୍କ ନିକଟତର ହେବାକୁ ଚେଷ୍ଟା ଜାରି ରଖାଯାଇଥିଲା। କଟକ ସହରର ଅନେକ ଉନ୍ନତିକରଣ କାମ ସହ କୋଟି କୋଟି ଟଙ୍କାର ପ୍ରକଳ୍ପ ଜନସାଧାରଣଙ୍କ ନିକଟରେ ଉତ୍ସର୍ଗୀକୃତ ହୋଇପାରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ ଶାସନ ପ୍ରାର୍ଥୀଙ୍କ ମନୋବଳକୁ ଆଗକୁ ନେବ ବୋଲି ବିଜେଡି ନେତା ମାନେ କହିଛନ୍ତି। ବିଗତ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ଦଳ ବିପୁଳ ପରିମାଣରେ ବିଜୟ ଲାଭ କରିବ ବୋଲି କହିଛନ୍ତି ମେୟର୍ ପ୍ରାର୍ଥୀ ସୁବାଷ ସିଂ ଏବଂ କୁନା ତ୍ରିପାଠୀ।

Related Articles

Back to top button
WP Twitter Auto Publish Powered By : XYZScripts.com