ଓଡ଼ିଶା

ପଥରରେ ଛେଚି ମହିଳାଙ୍କୁ ବିଭତ୍ସ ହତ୍ୟା ! ରାସ୍ତାକଡ଼ରୁ ମିଳିଲା ମୃତଦେହ

ଖଲ୍ଲିକୋଟ() ରାସ୍ତାକଡ଼ରୁ ମହିଳାଙ୍କ ମୃତଦେହ ଠାବ । ଏବେ ଯାଏଁ ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ପଥରରେ ଛେଚି ମହିଳାଙ୍କୁ ହତ୍ୟା କରାଯାଇଥିବା ସୂଚନା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ବୁଧବାର ସକାଳ ସମୟରେ ଗଞ୍ଜାମ ଜିଲ୍ଲା ବଡ଼ ଘାଟିରୁ ଖଲ୍ଲିକୋଟକୁ ସଂଯୋଗ କରୁଥିବା ରାସ୍ତା କଡ଼ରେ ଜଣେ ଅଜଣା ମହିଳାଙ୍କ ରକ୍ତାକ୍ତ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟଲୋକେ ତୁରନ୍ତ ଏସଂପର୍କରେ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇବା ପରେ ଖଲ୍ଲିକୋଟ ଥାନା ଅଧିକାରୀ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, ଥାନା ଏସଆଇ ଦେବାଶିଷ ମିଶ୍ର, ହିମାନଶୁଂ ଶେଖର ପାତ୍ର ଓ ଭେଜିପୁଟ ଫାଣ୍ତି ଅଧିକାରୀ ପି ସ୍ବରୁପ କିଶାନ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛନ୍ତି । ତେବେ କେହି ଦୁର୍ବୃତ୍ତ ମହିଳାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅନୁମାନ କରାଯାଉଛି । ପୋଲିସ ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକେ ଆଶା ରଖିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com