ଅନ୍ତର୍ଜାତୀୟ

ଋଷ ବିରୋଧରେ ହତିଆର ଉଠାଇଲେ ୬ ଅନାଥଙ୍କ ମା’: ଶହୀଦ ହେବା ସହିତ ଇତିହାସରେ ହେଲେ ସାମିଲ

ନୂଆଦିଲ୍ଳୀ: ଫେବୃୟାରୀ ୨୪ ତାରିଖରେ ପଡୋଶୀ ରାଷ୍ଟ୍ର ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରେ ଋଷ । ଏହି ଯୁଦ୍ଧ ଏକପାଖିଆ ହେବ ବୋଲି ଆଶା କରାଯାଉଥିଲା । ତେବେ ଋଷର ବିଶାଳ ସେନାବାହିନୀକୁ କଡା ଟକ୍କର ଦେଇଥିଲା ୟୁକ୍ରେନ୍ । କେତେବେଳେ ସାଂସଦ ତ କେତେବେଳେ ପୂର୍ବତନ ବିଶ୍ୱ ସୁନ୍ଦରୀ ତ ଆଉ କେତେବେଳେ ସାଧାରଣ ନାଗରିକ ହତିଆର ଉଠାଇଥିଲେ ଆଉ କରିଥିଲେ ଋଷ ବିରୋଧରେ ଆକ୍ରମଣ ଘୋଷଣା କରିଥିଲେ । ତେବେ ଏମିତି ସାଧାରଣ ନାଗରିକଙ୍କ ମଧ୍ୟରୁ ଜଣେ ମହିଳା ଶହିଦ ହୋଇଛନ୍ତି ଆଉ ଇତିହାସରେ ସବୁଦିନ ପାଇଁ ଅମର ହୋଇ ରହି ଯାଇଛନ୍ତି । ୟୁକ୍ରେନର ଡୋନେଟସ୍କ ଅଞ୍ଚଳରେ ଚାଲିଥିବା ଯୁଦ୍ଧରେ ଓଲଗା ସେମିଡ୍ୟାନୋଭା ନାମକ ୪୮ ବର୍ଷୀୟ ମହିଳା ଶହୀଦ ହୋଇଛନ୍ତି । ନିଜର ଶେଷ ନିଃଶ୍ୱାସ ଯାଏଁ ଓଲଗା ଲଢେଇ ଜାରି ରଖିବା ସହିତ ଶତାଧିକ ସାଧାରଣ ନାଗରିକ ଏବଂ ୟୁକ୍ରେନୀୟ ସୈନ୍ୟଙ୍କ ଜୀବନ ବଞ୍ଚାଇଥିଲେ ।
ଓଲଗାଙ୍କ ଏଭଳି ବୀରତ୍ୱପୂର୍ଣ୍ଣ କାହାଣୀ ବର୍ଣ୍ଣନା କରିଛନ୍ତି ଆଣ୍ଟୋନ ଗେରଶ୍ଚେଙ୍କୋ । ୟୁକ୍ରେନର ଗୃହ ମନ୍ତ୍ରୀ ରହିଥିବା ଆଣ୍ଟୋନ କହିଛନ୍ତି ଓଲଗା ଶହୀଦ ହୋଇଥିଲେ ହେଁ ତାଙ୍କ ବୀରତ୍ୱ ପରବର୍ତ୍ତୀ ପିଢିକୁ ଉତ୍ସାହିତ କରିବ । ଓଲଗାଙ୍କୁ ୟୁକ୍ରେନ ବାସୀ ‘ହିରୋ ମମ୍’ ଭାବରେ ମନେ ରଖିବେ । ଏହା ସହିତ ଆଣ୍ଟନ କହିଛନ୍ତି,ୟୁକ୍ରେନ ବାସୀଙ୍କ ପାଇଁ ନୁହନ୍ତି ଓଲଗା ମୋ ପାଇଁ ସର୍ବଦା ହିରୋ ହୋଇ ରହିବେ । ଉଲ୍ଲେଖଯୋଗ୍ୟ ଯେ, ନିକଟରେ ୬ ଜଣ ଅନାଥଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିଥିବା କାରଣରୁ ଓଲଗାଙ୍କୁ ମଦର ହିରୋଇନ୍ ଭାବରେ ସମ୍ମାନିତ କରାଯାଇଥିଲା । ନିଜ ମାଙ୍କ ବୀରତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଆମେ ଗର୍ବିତ ବୋଲି କହିଛନ୍ତି ଓଲଗାଙ୍କ ଝିଅ ଜୁଲିଆ ।

Related Articles

Back to top button
WP Twitter Auto Publish Powered By : XYZScripts.com