ଓଡ଼ିଶା

ସିରିଜ୍ ବୋମା ମାଡ ଘଟଣାରେ ଜଣେ ଗିରଫ

ପୁରୀ() ପୁରୀ ଜିଲ୍ଲା ବ୍ରହ୍ମଗିରି ଦଣ୍ଡୁଆସିପଡ଼ା ଗାଁରେ ସିରିଜ୍ ବୋମା ଓ ଗୁଳିମାଡ଼ ଘଟଣାରେ ଜଣଙ୍କୁ ଗିରଫ କଲା ପୋଲିସ । ଗତ ୧୮ ତାରିଖ ଦିନ ହୋଲି ଖେଳ ପରେ ଗୋଟିଏ ଦଳର ଦୁଇ ଜଣ ଯୁବକ ଅନ୍ୟ ଗାଁରୁ ଚିକେନ କିଣି ଫେରିବା ବେଳେ ଅଚାନକ ଆକ୍ରମଣ କରିଥିଲେ ଅପରପକ୍ଷ । ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ମହାଭାରତ । ଦଣ୍ଡୁଆସିପଡ଼ା ପାଲଟିଥିଲା ରଣକ୍ଷେତ୍ର ।

ବୋମାମାଡ଼ ଓ ଗୁଳିମାଡ଼ରେ ଜଣେ ମହିଳା ଓ ଦୁଇ ଯୁବକ ଆହତ ହୋଇଥିଲେ । ଗିରଫଦାରୀ ଭୟରେ ଗତକାଲି ଗାଁ ପୁରୁଷ ଶୂନ୍ୟ ହୋଇପଡିଥିଲା । ଗାଁରେ ଗୋଟେ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ୪ଟି ଅଫୁଟା ବୋମା ଜବତ କରିଥିଲା ପୋଲିସ । ପୂର୍ବରୁ ଫେବୃଆରୀ ୧୦ ତାରିଖରେ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୮ ଜଣ ଗୁରୁତର ହୋଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com