ଓଡ଼ିଶା

ଆଠ ବର୍ଷର ଶିଶୁ କନ୍ୟାକୁ ଗଳା କାଟି ହତ୍ୟା

କୁଚିଣ୍ଡା: କୁଚିଣ୍ଡା ଜମନକିରା ଥାନା କସଡ଼ା ଗ୍ରାମରେ ଅଭାବନୀୟ ଘଟଣା । ଆଠ ବର୍ଷର ଶିଶୁ କନ୍ୟାକୁ ଗଳା କାଟି ହତ୍ୟା କରିଛି ଦୁର୍ବୃତ୍ତ l କସଡ଼ା ଗାଁର ନବକିଶୋର ଧରୁଆଙ୍କ ଆଠ ବର୍ଷର ଝିଅ ପ୍ରଜାଲିନ ଘର ପାଖ ଚାଷ ଜମିକୁ ଶୌଚ ହେବାକୁ ଯାଇଥିଲା । ଏହି ସମୟରେ ଗାଁର ପ୍ରଶାନ୍ତ ବଗାର ଏକ ଟାଙ୍ଗିଆରେ ଶିଶୁକନ୍ୟାକୁ ହତ୍ୟା କରିଛି । ଆଠ ବର୍ଷର ଶିଶୁକନ୍ୟାକୁ ହତ୍ୟା କରିବା ପରେ କଟା ମୁଣ୍ଡକୁ ହାତରେ ଧରି ଗାଁ ଦାଣ୍ଡରେ ବୁଲିଥିଲା ପ୍ରଶାନ୍ତ । ଏହା ସହ ଏକ ନଳକୂଅ ନିକଟରେ ଶିଶୁକନ୍ୟାର ମୃତ ଦେହ  ପକାଇ ଦେଇଥିଲା l ପ୍ରଜାଲିନର ପରିବାର ଲୋକ ମହୁଲ ଗୋଟାଇବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଦେଖିବାକୁ ପାଇଥିଲେ । ଖବର ପାଇ ଜମନକିରା ପୋଲିସ ଘଟଣା ସ୍ଥଳରେ ପହଂଚି ଅଭିଯୁକ୍ତକୁ କାବୁ କରି ତଦନ୍ତ ଆରମ୍ଭ କରିଛି l

Related Articles

Back to top button
WP Twitter Auto Publish Powered By : XYZScripts.com