ଓଡ଼ିଶା

ଇକୋ-ଫ୍ରେଣ୍ଡଲି ଇଟା ମିଳିବ ୬ ଟଙ୍କାରେ, ହିମାଚଳ ପ୍ରଦେଶର ନେହାଙ୍କ ଉଦ୍ଭାବନ ଆଣିଲା ବଡ ପ୍ରଶଂସା

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ଜିଲ୍ଲା ମାଣ୍ଡିର ସରକାଘାଟର ନେହା ଠାକୁର କାଗଜ, ବାଲି, ନଡିଆ ଚୋପା ଏବଂ ସାଧାରଣ ସିମେଣ୍ଟ ପରି ବର୍ଜ୍ୟବସ୍ତୁରେ ଇକୋ-ଫ୍ରେଣ୍ଡଲି ଇଟା ପ୍ରସ୍ତୁତ କରିଛନ୍ତି । ଏହି ଇଟା ଗୁଡ଼ିକ ପରିବେଶ ପାଇଁ ଲାଭଦାୟକ ହେବା ସହିତ ସ୍ୱଳ୍ପ ମୂଲ୍ୟରେ ଏବଂ କମ୍ ଓଜନରେ ଉପଲବ୍ଧ ହେଉଛି । ପ୍ରାକୃତିକ ବର୍ଜ୍ୟବସ୍ତୁରୁ ନିର୍ମିତ ଏହି ଇଟା ଗୁଡିକ ଘରର କାନ୍ଥ, ଟନେଲ ଏବଂ ଫୁଟ୍‌ପାଥ୍‌ ମଧ୍ୟ ତିଆରି ହୋଇପାରିବ । ଗୋଟିଏ ଇଟା କେବଳ ଛଅ ଟଙ୍କାରେ ଉପଲବ୍ଧ ଥିବାବେଳେ ଅନ୍ୟ ଗୋଟିଏ ଇଟା ୧୦ ରୁ ୧୨ ଟଙ୍କାରେ ମିଳିବ । ଏହି ଇଟାର ଓଜନ ତିନି କିଲୋଗ୍ରାମ ଅଟେ । ଦ୍ୱିତୀୟ ଇଟାର ଓଜନ ଚାରି କିଲୋଗ୍ରାମ ପର୍ଯ୍ୟନ୍ତ ରହିଛି। ସାଧାରଣତଃ ଅନ୍ୟ ଇଟା ଗୁଡିକରେ ଜଳର ଶୋଷଣ କ୍ଷମତା ବହୁତ ଅଧିକ ଥାଏ । ଇକୋ ଫ୍ରେଣ୍ଡଲି ଇଟା ଗୁଡିକରେ ଜଳ ଶୋଷଣ କ୍ଷମତା ବହୁତ କମ୍ ରହିଛି ।
ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ମାଷ୍ଟର ଅଫ୍ ଇଞ୍ଜିନିୟରିଂ ସମାପ୍ତ କରିବା ପରେ ନେହା ଏକ ଇଞ୍ଜିନିୟରିଂ କଲେଜରେ ପ୍ରଫେସର ମଧ୍ୟ ଅଟନ୍ତି। ଏହାକୁ ନେଇ ସେ କହିଛନ୍ତି କି ଏହି ଇଟା ଗୁଡିକୁ ପ୍ରସ୍ତୁତ କରିବାର ଉଦ୍ଦେଶ୍ୟ ହେଉଛି ଆଂଶିକ ବାଲି ସହ ନଡ଼ିଆ କତାକୁ ନେଇ-ଫାଇବ୍ରିକରେ ପ୍ରସ୍ତୁତ କରିବା । ସେ ସବୁବେଳେ ଭାବୁଥିଲେ ଯେ ୱେଷ୍ଟର ସମସ୍ୟା ହେଉଛି ଦେଶର ସବୁଠାରୁ ବଡ ଏବଂ ଏହାକୁ କିପରି ହ୍ରାସ କରାଯିବ। ଏହାକୁ ହ୍ରାସ କରିବା ପାଇଁ ସମସ୍ତ ଅନୁସନ୍ଧାନକାରୀ ଅନେକ ଗବେଷଣା କରିଥିଲେ । କିନ୍ତୁ କେହି ଇଟା ତିଆରି କରିନଥିଲେ ।
ହେଲେ ନେହାଙ୍କ ଅନୁଯାୟୀ, ନିମ୍ନ ଜଳ ଶୋଷୁଥିବା ଇଟା ଗୁଡିକ ବାହ୍ୟ ପାଗକୁ ଭଲ ପ୍ରତିରୋଧ କରିଥାଏ। ଇଟାର ଓଜନ ଅନୁଯାୟୀ ଜଳ ଶୋଷିବା କ୍ଷମତା ୨୦ ପ୍ରତିଶତରୁ ଅଧିକ ହେବ ନାହିଁ। କୋ -ଫିବ୍ରିକ୍ସରେ ଥିବା ଇଟାଗୁଡ଼ିକ ଓଜନ ଅନୁଯାୟୀ ୧୬ ପ୍ରତିଶତ ଜଳ ଶୋଷିଥାଏ। ତେବେ ପ୍ରସ୍ତୁତ ହୋଇଥିବା ଇଟା ଗୁଡିକ ସୂର୍ଯ୍ୟକିରଣରେ ତିନି ଦିନ ଶୁଖାଯାଏ । ତା’ପରେ ତାହାର ଓଜନ ପରୀକ୍ଷା କରାଯାଏ। ନେହା ଏହି ଇଟା ଉପରେ ଏକ ପ୍ରକାରର ପେଟେଣ୍ଟ ଫାଇଲ୍‌ ମଧ୍ୟ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com