ଭୁବନେଶ୍ବର: କଟଟ ମହାନଗର ନିଗମ (ସିଏମ୍ସି)ରେ ଭୋଟ ଗଣତି ଜାରି ରହିଛି। ଏଠାରେ ବିଜେଡି ପ୍ରାର୍ଥୀ ସୁବାସ ସିଂହ ଆଗୁଆ ଅଛନ୍ତି। କିନ୍ତୁ ସୁବାସ ସିଂହଙ୍କୁ କଂଗ୍ରେସର ପ୍ରାର୍ଥୀ ଗିରିବାଳା ବେହେରା କଡ଼ା ଟକ୍କର ଦେଉଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ କଂଗ୍ରେସ ପ୍ରାର୍ଥୀ ଗରିବାଳା ବେହେରାଙ୍କୁ ୫୯୪୯ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ସୁବାସ ସିଂହଙ୍କୁ ୫୫୭୪ ଖଣ୍ଡ ଭୋଟ ମିଳିଛି। ସେହିପରି ବିଜେପି ପ୍ରାର୍ଥୀ ଶ୍ରୀତମ ଦାସଙ୍କୁ ୨୩୦୬ ଖଣ୍ଡ ଭୋଟ୍ ମିଳିଛି।