ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ସ୍ପିକ୍‌ମାକେର ଦୁଇଦିନିଆ “ଶୃତି ଅମୃତ” ସାଂସ୍କୃତିକ କାର୍ଯ୍ୟକ୍ରମ ସୈନିକ ସ୍କୁଲ ଭୁବନେଶ୍ୱର ଠାରେ ଅନୁଷ୍ଠିତ

ଭାରତ ସରକାରଙ୍କ “ଆଜାଦିକା ଅମୃତ ମହୋତ୍ସବ’ ପାଳନ ଅବସରରେ ସ୍ପିକ୍‌ମାକେ ସଂସ୍ଥା ସାଂସ୍କୃତିକ କାର୍ଯ୍ୟକ୍ରମ “ଶୃତି ଅମୃତ’ ଗତ ଦୁଇଦିନ ଧରି ସୈନିକ ସ୍କୁଲ ଭୁବନେଶ୍ୱରଠାରେ ପାଳନ କରିଥିଲା । ଏହା ଅଗଷ୍ଟ ୫ ତାରିଖ ସଂଧ୍ୟାରେ ପ୍ରାରମ୍ଭ ହୋଇ ୬ ତାରିଖରେ ଉଦ୍‌ଯାପିତ ହୋଇଥିଲା ଓ ଏଥିରେ ଭୁବନେଶ୍ୱରର ସିବିଏସ୍‌ର ସ୍କୁଲର ଛାତ୍ରଛାତ୍ରୀ ଗଣ, ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ, ଏବଂ ରାଜଧାନୀର ବିଶିଷ୍ଟ କଳାକାର ଓ ମାନ୍ୟଗଣ୍ୟ ବ୍ୟକ୍ତି ସମୁହ ଯୋଗଦାନ କରିଥିଲେ ।

Sainik school Bhubaneswar

କାର୍ଯ୍ୟକ୍ରମର ପ୍ରଥମ ଦିନରେ ପ୍ରଖ୍ୟାତ କୋଣ୍ଢଇନାଚ ବିଶାରଦ ପଦ୍ମଶ୍ରୀ ଦାଦି ଦୋରାବ ପଦମ୍‌ଜୀଙ୍କ ସହ ଅନ୍ୟ ଛଅ ଜଣ କଳାକାରଙ୍କ ଦ୍ୱାରା ଅନୋଖା ବସ୍ତ୍ର ଶୀର୍ଷକ ବିଷୟ ବସ୍ତୁ ଉପରେ ଆଧାରିତ ଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସ୍କୁଲ ଛାତ୍ରଛାତ୍ରୀମାନେ ବେଶ୍ ଉପଭୋଗ କରିଥିଲେ । ଏହାପରେ ବେଙ୍ଗାଲ୍‌ର ବିଶିଷ୍ଟ ବାଉଲ ସଙ୍ଗୀତଜ୍ଞା ବିଦୁଶୀ ପାର୍ବତୀ ବାଉଲ ସଂଗୀତ ପରିବେଷଣ କରିଥିଲେ । ଏହି ଭିନ୍ନ ଧରଣର ସଂଗୀତ ସହ ଛାତ୍ରଛାତ୍ରୀ ପରିଚିତ ହେବା ସହ ଉପଭୋଗ କରିଥିଲେ ।

କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଚେନ୍ନାଇରୁ ଆସିଥିବା ବିଶିଷ୍ଟ କର୍ଣ୍ଣାଟକୀ ବଂଶୀ ବାଦକ ଶ୍ରୀ ଶଶାଙ୍କ ସୁବ୍ରମଣ୍ୟମ୍ ସୁମଧିର ବଂଶୀ ବାଦନ କରି ଶ୍ରୋତାଙ୍କୁ ବିମୋହିତ କରିଥିଲେ ।

Sainik school Bhubaneswar

ପରବର୍ତ୍ତୀ କଳାକାର ଭାରତର ବିଶିଷ୍ଟ ସୀତାର ବାଦକ ପଣ୍ଡିତ ନୀଳାଦ୍ରୀ କୁମାର ଓ ତାଙ୍କ ସହ ପ୍ରସିଦ୍ଧ ତବଲା ବାଦକ ଶ୍ରୀ ସତ୍ୟଜୀତ ତିଲୱାଲ୍‌କରଙ୍କ ସହଯୋଗରେ ହୃଦୟସ୍ପର୍ଶୀ ସୀତାର ବାଦନ କରି ଶ୍ରୋତାଙ୍କର ହୃଦୟକୁ ଛୁଇଁ ପାରିଥିଲେ ।

ଏହାଛଡ଼ା ସୈନିକସ୍କୁଲର କ୍ୟାଡ଼େଟ ଓଡ଼ିଶାର ସ୍ୱାଧିନତା ସଂଗ୍ରାମୀ ଯେଉଁମାନେ ଦେଶର ସ୍ୱାଧିନତା ଲାଗି ଆତ୍ମଆହୁତି କରିଥିଲେ, ସେମାନଙ୍କୁ ମନେ ପକାଇ ସମ୍ମାନ ଜଣାଇଥିଲେ ।

ପରବର୍ତ୍ତୀ କାର୍ଯ୍ୟକ୍ରମ ଥିଲା କେରଳର କୁଡ଼ିଆଟାମ୍ ନୃତ୍ୟ । ଏହା ପୁରାଣ କଥା ଉପରେ ପର୍ଯ୍ୟବେଶିତ ଥିଲା । ଏହି ନୃତ୍ୟର ମୁଖ୍ୟ କଳାକାର ଶ୍ରୀ ମାର୍ଗି ମଧୁ ଛକ୍‌ୟାରଙ୍କ ନୃତ୍ୟ ଦର୍ଶକଙ୍କୁ ଚକିତ୍ କରି ଦେଇଥିଲା । ଏହି ନୃତ୍ୟ ସହ ବାଦ୍ୟ ପରିବେଷଣ କାର୍ଯ୍ୟକ୍ରମକୁ ବେଶ୍ ଉପଭୋଗ୍ୟ କରିଥିଲା । ସ୍ପିକ୍‌ମେକେର ପ୍ରଚେଷ୍ଟା, ଭାରତ ସରକାରଙ୍କ ସାଂସ୍କୃତିକ ବିଭାଗର ପ୍ରୋତ୍ସାହନ ଓ ସୈନିକସ୍କୁଲ ଭୁବନେଶ୍ୱରର ସହଯୋଗ ଦ୍ୱାରା ଉକ୍ତ କାର୍ଯ୍ୟକ୍ରମ ସାଫଲ୍ୟ ହୋଇପାରିଥିଲା ଓ କୋମଳମତି ଛାତ୍ରଛାତ୍ରୀଙ୍କୁ ଭାରତୀୟ ସଂସ୍କୃତି ସହ ପରିଚୟ ହେବାର ସୁଯୋଗ ଦେଇପାରିଥିଲା ।

ଉକ୍ତ ଉତ୍ସବକୁ ଲେସ୍‌ନାଣ୍ଟ ଜେନେରାଲ୍ ଜୟନ୍ତ କୁମାର ମହାନ୍ତି ଚଠଝଗ, ଇଠଝଗ, ଟଣଝଗ, ଠଝଗ ମୁଖ୍ୟ ଅତୀଥି ଭାବେ ଯୋଗ ଦେଇଥିଲେ ଏବଂ ସୈନିକ ସ୍କୁଲ୍‌ର ପ୍ରିନ୍ସିପାଲ୍ କର୍ଣ୍ଣଲ୍ ବାଲୁ ଭରତ, ଭାଇସ୍ ପ୍ରିନ୍ସିପାଲ୍ କମାଣ୍ଡର୍‌, ଉଷା ସାଙ୍ଗ୍‌ୱାନ୍‌, ପ୍ରସାଶନିକ ଅଧିକାରୀ ଲେ. କର୍ଣ୍ଣଲ୍ ଅମୀତ ତିୱାରି, ସମସ୍ତ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com