ପାଣାଜୀ : ପ୍ରମୋଦ ସାୱନ୍ତ ଲଗାତାର ଦ୍ୱିତୀୟ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ପାଣାଜୀର ଶ୍ୟାମ ପ୍ରସାଦ ମୁଖାର୍ଜୀ ଷ୍ଟାଡିଅମରେ ସେ ୮ ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ ।
ତେବେ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ୨୦ଟି ଆସନରେ ବିଜୟ ଲାଭ ଜିତିଛି, ଯାହା ୪୦ ସଦସ୍ୟ ବିଶିଷ୍ଟ ଗୃହରେ ଗୋଟିଏ କମ୍ । ୩ ନିର୍ଦ୍ଦଳୀୟ ବିଧାୟକ ଓ ଏମଜିପିର ୨ ବିଧାୟକ ବିଜେପିକୁ ସମର୍ଥନ କରିଛନ୍ତି । ଅନ୍ୟପଟେ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡ଼କରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ହିବାଚଳ ପ୍ରଦେଶର ରାଜ୍ୟପାଳ ରାଜେନ୍ଦ୍ର ଅର୍ଲିକର ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ରଙ୍କ ସମେତ ବହୁ ନେତା ସାମିଲ ହୋଇଥିଲେ । ପୂର୍ବରୁ ୨୦୧୨ରେ ମନୋହର ପାରିକର ରାଜ୍ୟ ରାଜଧାନୀ ପଣାଜିର କ୍ୟାମ୍ପଲ ମଇଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପାରିକରଙ୍କ ଅକାଳ ବିୟୋଗ ପରେ ମାର୍ଚ୍ଚ ୨୦୧୯ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ପ୍ରମୋଦ ସାୱନ୍ତ।