ଭୁବନେଶ୍ୱର : ଦିନର ଲୁଚ କାଳି ଖେଳ ପରେ ବହୁ ଚର୍ଚ୍ଚିତ ମାନସ ସ୍ବାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତକୁ ସୋମବାର ପୋଲିସ ଗିରଫ କରିବାରେ ସଫଳ ହୋଇଛି । କ୍ରାଇମବ୍ରାଞ୍ଚ ପୋଲିସ ଶର୍ମିଷ୍ଠାଙ୍କୁ ଭଦ୍ରକର ନଳାଙ୍ଗ ଅଞ୍ଚଳରୁ ଗିରଫ କରିଛି । ଶର୍ମିଷ୍ଠୀଙ୍କ ସହ ଅନ୍ୟତମ ଅଭିଯୁକ୍ତ ତଥା ସହଯୋଗୀ ଝୁନା ଭୋଇକୁ ମଧ୍ୟ ପୋଲିସ ଗିରଫ କରିଛି । ଆଜି ଉଭୟଙ୍କୁ ଚାନ୍ଦବାଲି ଜେଏମ୍ଏଫସି କୋର୍ଟରେ ହାଜର କରାଯିବ । ସେମାନଙ୍କୁ 10 ଦିନ ରିମାଣ୍ଡରେ ନେବା ପାଇଁ ପୋଲିସ ଆବେଦନ କରୁଥିବା ଜଣା ଯାଇଛି । ସୋମବାର ସକାଳେ ଶର୍ମିଷ୍ଠାର ଓ୍ବେବସାଇଡ୍ କାମ କରୁଥିବା ଦୟାଲ ଆଶ୍ରମକୁ ମଧ୍ୟ ପୋଲିସ ସିଲ୍ କରିଥିଲା । ସେପଟେ ଏହି ଘଟଣାକୁ ନେଇ ବିଧାନସଭାରେ ବିରୋଧୀ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଗୃହର ଦୃଷ୍ଟି ଆର୍କଷଣ କରିବା ସାଙ୍ଗକୁ କିଛି ମନ୍ତ୍ରୀ ଜଡିତ ଥିବା ଅଭିଯୋଗ ଆଣିଥିଲେ । ଏହାକୁ ନେଇ ଗୃହରେ ଉତ୍ତେଜନା ପ୍ରକାଶ ପାଇଥିଲା । ବଡବଡିଆଙ୍କ ନାମ ଜଡିତ ଥିବାରୁ ଓଡିଶା ପୋଲିସ ଉପରେ ଭରସା କରି ହେବ ନାହିଁ । ଏଣୁ ଘଟଣାର ସିବିଆଇ ତଦନ୍ତ ପାଇଁ ବିରୋଧୀ ଦଳ ଦାବି କରିଥିଲେ ।