ଅନ୍ତର୍ଜାତୀୟ

ୟୁକ୍ରେନକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଁଛି ଋଷ- ୟୁକ୍ରେନ ଗୁଇନ୍ଦା ମୁଖ୍ୟ

ନୂଆଦିଲ୍ଲୀ :  ୟୁକ୍ରେନକୁ ଭାଗଭାଗ କରିବାକୁ ଚାହୁଁଛି ଋଷ । କୋରିଆ ଭଳି ଦୁଇଟି ପ୍ରାନ୍ତରେ ୟୁକ୍ରେନ ଗଠନ ପାଇଁ ଷଡଯନ୍ତ୍ର କରୁଛି ଋଷ । ଏପରି ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ୟୁକ୍ରେନ ଗୁଇନ୍ଦା ବିଭାଗ ମୁଖ୍ୟ ।
ନିକଟରେ ୟୁକ୍ରେନର ଏକ ପ୍ରାନ୍ତର କିଛି ନେତା ଭୋଟ୍ କରିବେ ବୋଲି କହିଥିଲେ । ଏଥିରେ ଅଧିକ ଭୋଟ୍ ମିଳିଲେ ସେମାନେ ଋଷ ସହ ମିଶିବେ ବୋଲି ପ୍ରକାଶ କରିଥିଲେ । ଏହାକୁ ନେଇ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଗୁଇନ୍ଦା ବିଭାଗ ମୁଖ୍ୟ କିରିଲୋ ବୁଡାନୋଭ୍ କହିଛନ୍ତି ଯେ, ୟୁକ୍ରେନକୁ ଦକ୍ଷିଣ ଓ ଉତ୍ତର କୋରିଆ ଭଳି କରିବାକୁ ଷଡଯନ୍ତ୍ର ହେଉଛି । ଋଷ ସଦାବେଳେ ସ୍ୱାଧିନ ୟୁକ୍ରେନକୁ ବିରୋଧ କରି ଆସୁଛି ।
ସେ ଆହୁରି କହିଛନ୍ତି ଯେ, ୟୁକ୍ରେନ ସେନା ଋଷ ବିରୋଧରେ ଲଢେଇ ଜାରି ରଖିଛନ୍ତି । ଋଷକୁ ୟୁକ୍ରେନ ଅକ୍ତିଆର କରିବାକୁ ଦେଉ ନାହାଁନ୍ତି । ୟୁକ୍ରେନର ଗରିଲା ଆର୍ମୀ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଏହା ହିଁ ୟୁକ୍ରେନକୁ ରକ୍ଷା କରିପାରିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ଋଷିଆ ୟୁକ୍ରେନର ଡୋନବାସ ପ୍ରାନ୍ତକୁ ଅକ୍ତିଆର କରିବାକୁ ଚାହୁଁଛି । ଏପରି କରି ସେ ୟୁକ୍ରେନକୁ ଭାଗ ଭାଗ କରିବାକୁ ଚାହୁଁଥିବା ଅନୁମାନ କରାଯାଉଛି । ଏହାସହ ଉଭୟ ଦେଶ ମଧ୍ୟରେ ହେଉଥିବା ବାର୍ତ୍ତାରେ ଋଷ ଡୋନେଟସ୍କ ଓ ଲୁହାନସିକକୁ ସ୍ୱତନ୍ତ୍ର ଦେଶ ମାନ୍ୟତା ଦାବି କରୁ ଆସୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com