ଜାତୀୟ

ହେମନ୍ତ ସୋରେନଙ୍କୁ କୋର୍ଟରୁ ମିଳିଛି ଆଶ୍ୱସ୍ତି

ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି । ଜମି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇ ଜେଲରେ ଥିବା ହେମନ୍ତ ସୋରେନ ଝାଡଖଣ୍ଡ ବିଧାନସଭାରେ ହେବାକୁ ଥିବା ଫ୍ଲୋର ଟେଷ୍ଟରେ ଭାଗ ନେଇପାରିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି ।ଜମି ଦର୍ନୀତି ମାମଲାରେ ହେମନ୍ତ ସୋରେନ ଗିରଫ ହେବା ପରେ ତାଙ୍କ ସ୍ଥାନରେ ଦଳର ବରିଷ୍ଠ ନେତା ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ତାଙ୍କ ସହ କଂଗ୍ରେସ ବିଧାୟକ ଆଲମଗିରି ଆଲମ୍ ଓ ଆରଜେଡି ବିଧାୟକ ସତ୍ୟାନନ୍ଦ ଭୋକ୍ତା ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ହେଲେ ଚମ୍ପାଇ ସରକାର ଏପର୍ଯ୍ୟନ୍ତ ବହୁମତ ସାବ୍ୟସ୍ତ କରି ନାହାଁନ୍ତି ।ସେପଟେ ବିଜେପିର ଅପରେସନ ଲୋଟସ ଭୟରେ ଜେଏମଏମ ତରଫରୁ ନିଜର ୩୮ ଜଣ ବିଧାୟକଙ୍କୁ ହାଇଦ୍ରାବାଦ ପଠାଇ ଦେଇଛି । ହେଲେ ଚମ୍ପାଇ ସୋରେନ ଦାବି କରିଛନ୍ତି କି, ଫ୍ଲୋର ଟେଷ୍ଟରେ ସେ ବିଜୟୀ ହେବେ ।

Related Articles

Back to top button
WP Twitter Auto Publish Powered By : XYZScripts.com