ଓଡ଼ିଶା

ଶାଶୂ-ବୋହୂଙ୍କ ହତ୍ୟାକାରୀ ଗିରଫ, ପାରିବାରିକ ମତାନ୍ତର ଯୋଗୁଁ ପୁତୁରା ସାଜିଲା ବଇରି

ବଲାଙ୍ଗୀର() ଶାଶୁ-ବୋହୂଙ୍କ ଗଳା କାଟି ହତ୍ୟା କରିବା ମାମଲାରେ ଅଭିଯୁକ୍ତ ସମ୍ପର୍କୀୟ ପୁତୁରା ଗିରଫ ହୋଇଛି । ଗତକାଲି ଶାଶୁ-ବୋହୂଙ୍କୁ ହତ୍ୟା କରାଯାଇ ଥିବାବେଳେ ପୋଲିସ ଆଜି ଅଭିଯୁକ୍ତକୁ ଗିରଫ କରିଛି । ସମ୍ପର୍କୀୟ ପୁତୁରା ଉଭୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ପୁଲିସ ହାତରେ ଗିରଫ ହୋଇଛି ।

ସୂଚନା ଅନୁଯାୟୀ, ବଲାଙ୍ଗୀର ତୁଷୁରା ଥାନା ଅନ୍ତର୍ଗତ ନୂଆପଡ଼ାରେ ଗତକାଲି ଘରେ ଥିବାବେଳେ ଶାଶୁ-ବୋହୂଙ୍କ ଗଳା କାଟି ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ତେବେ ତୁଷୁରା ପୋଲିସ ଏଥିରେ ତ୍ୱରିତ ପଦକ୍ଷେପ ନେବା ପରେ ସମ୍ପର୍କୀୟ ପୁତୁରାକୁ ଗିରଫ କରିଥିଲା । ସମ୍ପର୍କୀୟ ପୁତୁରା ଜଗନ୍ନାଥ ମେହେରଙ୍କ ଏମାନଙ୍କ ସହ ମତାନ୍ତର ରହି ଆସିଥିଲା । ତଥା ତାକୁ ହତାଦର କରାଯାଉଥିବା ଯୋଗୁଁ ହତ୍ୟା କରିଥିବା ପୁଲିସ ଆଗରେ କହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com