ମୁମ୍ବାଇ() ସିନେମା ଜଗତର ସବୁଠୁ ବଡ ନାମ ତଥା ଭେଟରାନ୍ ଅଭିନତା ମଧ୍ୟରୁ ରାଜେଶ ଖାନ୍ନାଙ୍କ ଅନ୍ୟତମ । ସେ ଭାରତୀୟ ସିନେମାର ପ୍ରଥମ ସୁପରଷ୍ଟାର ଭାବରେ ମାନ୍ୟତା ପାଇଛନ୍ତି । ଏକ ସମୟ ଥିଲା ଇଣ୍ଡଷ୍ଟ୍ରି ରାଜେଶ ଖାନ୍ନାଙ୍କ ନାମ ହିଁ ଯଥେଷ୍ଟ ଥିଲା ଏବଂ ଫିଲ୍ମରେ ତାଙ୍କର ଉପସ୍ଥିତି ସଫଳତାର ଭାବରେ ବିବେଚନା କରାଯାଉଥିଲା। ସେ ସମୟରେ କେବଳ ତାଙ୍କର ହିଁ ରାଜ୍ ଚାଲୁଥିଲା । ଦିନ ଥିଲା ସେ ୧୫ଟି ବ୍ୟାକ୍ ଟୁ ବ୍ୟାକ୍ ହିଟ୍ ଫିଲ୍ମ ଦେଇ ଏକ ରେକର୍ଡ ସୃଷ୍ଟି କରିଥିଲେ । ରାଜେଶ ଖାନ୍ନା ବୃତ୍ତିଗତ ଜୀବନରେ ଯେତିକି ସଫଳ ପାଇଛନ୍ତି । ତାଙ୍କ ବ୍ୟକ୍ତିଗତ ଜୀବନରେ ସେତିକି ଅଶାନ୍ତି ଦେଖାଦେଇଥିଲା। ବ୍ୟକ୍ତିଗତ ଜୀବନ କଥା କହିଲେ ରାଜେଶ ଖାନ୍ନା ନିଜଠାରୁ ୧୬ ବର୍ଷ ସାନ ଡିମ୍ପଲ୍ କାପାଡିଆଙ୍କୁ ବିବାହ କରିଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବିବାହ ସମୟରେ ରାଜେଶ ଖାନ୍ନାଙ୍କୁ ୩୨ ବର୍ଷ ହୋଇଥିଲା। ସେ ଅଞ୍ଜୁ ମହେନ୍ଦ୍ରଙ୍କୁ ଭଲ ପାଉଥିଲେ କିନ୍ତୁ ରାଜେଶ ଖାନ୍ନା ତାଙ୍କ ସହ ସମ୍ପର୍କ ଭାଙ୍ଗିବା ମାତ୍ରେ ଡିମ୍ପଲଙ୍କୁ ବିବାହ କରିଥିଲେ। ଏହା ପରେ ଡିମ୍ପଲ୍ କେବଳ ଗୋଟିଏ ଫିଲ୍ମରେ କାମ କରିଥିଲେ । ସେ ବିବାହ ପରେ ମଧ୍ୟ ଚଳଚ୍ଚିତ୍ରରେ କାମ କରିବାକୁ ଚାହୁଁଥିଲେ କିନ୍ତୁ ରାଜେଶ ଖାନ୍ନା ଏହା ବିରୁଦ୍ଧରେ ଥିଲେ। ସେ ଚାହୁଁ ନଥିଲେ ଯେ ଡିମ୍ପଲେ ବିବାହ ପରେ କୌଣସି ଫିଲ୍ମରେ କାମ କରନ୍ତୁ । ଏହା ସେମାନଙ୍କ ସମ୍ପର୍କରେ ଏକ ବିବାଦର ତଥା ଫାଟର କାରଣ ପାଲଟି ଯାଇଥିଲା । ବିବାହ ପରେ, ଡିମ୍ପଲ୍ ଦୁଇ ଝିଅଙ୍କୁ ଜନ୍ମ ଦେଇଥିଲେ ।ଏହା ପରେ ସେ ରାଜେଶ ଖାନ୍ନାଙ୍କଠାରୁ ଅଲଗା ହୋଇଯାଇଥିଲେ । ଉଭୟ ୨୭ ବର୍ଷ ପୃଥକ ଭାବରେ ରହୁଥିଲେ କିନ୍ତୁ ଦୁହେଁ ଛାଡପତ୍ର ନେଇନଥିଲେ । ବାସ୍ତବରେ, ବିବାହ ବିଚ୍ଛେଦ ପରେ ଡିମ୍ପଲ୍ ସନ୍ନି ଦେଓଲ୍ ନିକଟତର ହୋଇଥିଲେ । ସନ୍ନି ବିବାହିତ ଥିଲେ ତେଣୁ ସେ ଡିମ୍ପଲଙ୍କ ପାଇଁ ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେବାକୁ ମନା କରିଦେଇଥିଲେ । ଅନ୍ୟପକ୍ଷରେ, ଡିମ୍ପଲ୍ ମଧ୍ୟ ରାଜେଶ ଖାନ୍ନାଙ୍କୁ ଛାଡପତ୍ର ଦେଇନଥିଲେ ହେଲେ ଦୁହିଁଙ୍କ ସମ୍ପର୍କ ଦ୍ୱନ୍ଦ୍ୱରେ ରହିଥିଲା । ଯେତେବେଳେ ୨୦୧୨ରେ ରାଜେଶ ଖାନ୍ନାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଲା, ଡିମ୍ପଲ୍ ତାଙ୍କ ତାଙ୍କ ପାଖକୁ ଫେରି ଆସିଥିଲେ । ହେଲେ ୨୦୧୨ରେ ରାଜେଶ ଖାନ୍ନାଙ୍କ ଦେହାନ୍ତ ହୋଇଯାଇଥିଲା।