ମନୋରଞ୍ଜନ
୨୭ ବର୍ଷ ଅଲଗା ରହିଥିଲେ ଡିମ୍ପଲ୍ କପାଡିଆ -ରାଜେଶ ଖନ୍ନା, ହେଲେ ଅଭିନେତ୍ରୀ ଦେଇ ନଥିଲେ ଛାଡପତ୍ର, ସାମ୍ନାକୁ ଆସିଲା କାରଣ

ମୁମ୍ବାଇ() ସିନେମା ଜଗତର ସବୁଠୁ ବଡ ନାମ ତଥା ଭେଟରାନ୍ ଅଭିନତା ମଧ୍ୟରୁ ରାଜେଶ ଖାନ୍ନାଙ୍କ ଅନ୍ୟତମ । ସେ ଭାରତୀୟ ସିନେମାର ପ୍ରଥମ ସୁପରଷ୍ଟାର ଭାବରେ ମାନ୍ୟତା ପାଇଛନ୍ତି । ଏକ ସମୟ ଥିଲା ଇଣ୍ଡଷ୍ଟ୍ରି ରାଜେଶ ଖାନ୍ନାଙ୍କ ନାମ ହିଁ ଯଥେଷ୍ଟ ଥିଲା ଏବଂ ଫିଲ୍ମରେ ତାଙ୍କର ଉପସ୍ଥିତି ସଫଳତାର ଭାବରେ ବିବେଚନା କରାଯାଉଥିଲା। ସେ ସମୟରେ କେବଳ ତାଙ୍କର ହିଁ ରାଜ୍ ଚାଲୁଥିଲା । ଦିନ ଥିଲା ସେ ୧୫ଟି ବ୍ୟାକ୍ ଟୁ ବ୍ୟାକ୍ ହିଟ୍ ଫିଲ୍ମ ଦେଇ ଏକ ରେକର୍ଡ ସୃଷ୍ଟି କରିଥିଲେ । ରାଜେଶ ଖାନ୍ନା ବୃତ୍ତିଗତ ଜୀବନରେ ଯେତିକି ସଫଳ ପାଇଛନ୍ତି । ତାଙ୍କ ବ୍ୟକ୍ତିଗତ ଜୀବନରେ ସେତିକି ଅଶାନ୍ତି ଦେଖାଦେଇଥିଲା।

ବ୍ୟକ୍ତିଗତ ଜୀବନ କଥା କହିଲେ ରାଜେଶ ଖାନ୍ନା ନିଜଠାରୁ ୧୬ ବର୍ଷ ସାନ ଡିମ୍ପଲ୍ କାପାଡିଆଙ୍କୁ ବିବାହ କରିଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବିବାହ ସମୟରେ ରାଜେଶ ଖାନ୍ନାଙ୍କୁ ୩୨ ବର୍ଷ ହୋଇଥିଲା। ସେ ଅଞ୍ଜୁ ମହେନ୍ଦ୍ରଙ୍କୁ ଭଲ ପାଉଥିଲେ କିନ୍ତୁ ରାଜେଶ ଖାନ୍ନା ତାଙ୍କ ସହ ସମ୍ପର୍କ ଭାଙ୍ଗିବା ମାତ୍ରେ ଡିମ୍ପଲଙ୍କୁ ବିବାହ କରିଥିଲେ। ଏହା ପରେ ଡିମ୍ପଲ୍ କେବଳ ଗୋଟିଏ ଫିଲ୍ମରେ କାମ କରିଥିଲେ । ସେ ବିବାହ ପରେ ମଧ୍ୟ ଚଳଚ୍ଚିତ୍ରରେ କାମ କରିବାକୁ ଚାହୁଁଥିଲେ କିନ୍ତୁ ରାଜେଶ ଖାନ୍ନା ଏହା ବିରୁଦ୍ଧରେ ଥିଲେ। ସେ ଚାହୁଁ ନଥିଲେ ଯେ ଡିମ୍ପଲେ ବିବାହ ପରେ କୌଣସି ଫିଲ୍ମରେ କାମ କରନ୍ତୁ । ଏହା ସେମାନଙ୍କ ସମ୍ପର୍କରେ ଏକ ବିବାଦର ତଥା ଫାଟର କାରଣ ପାଲଟି ଯାଇଥିଲା ।





