Breaking NewsFeaturedଓଡ଼ିଶା

ରାଉରକେଲାରେ ପରେ ଏବେ ବଲାଙ୍ଗିରରେ ଡାଇରିଆ ଆତଙ୍କ

ରାଉରକେଲାରେ ପରେ ଏବେ ବଲାଙ୍ଗିରରେ ଡାଇରିଆ ଆତଙ୍କ । ବଲାଙ୍ଗିର କଣ୍ଟାବାଞ୍ଜି ହସ୍ପିଟାଲରେ ଝାଡ଼ାବାନ୍ତିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ରହିଛନ୍ତି । ଗତକାଲି ଝାଡ଼ାବାନ୍ତିରେ ୬ ଜଣ ଗୁରୁତର ଆକ୍ରାନ୍ତ ଭର୍ତ୍ତି ହୋଇଥିଲେ । ଏନେଇ ବଲାଙ୍ଗିର ସିଡିଏମଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।

ରାଉରକେଲାରେ ଏପର୍ଯ୍ୟନ୍ତ ଡାଇରିଆ ନିୟନ୍ତ୍ରଣକୁ ଆସି ନାହିଁ ହେଲେ ଏପଟେ ବଲାଙ୍ଗିରର କଣ୍ଟାବାଞ୍ଝିଆରେ ଝାଡ଼ାବାନ୍ତି ବଢାଇଲାଣି ଚିନ୍ତା । ବଲାଙ୍ଗିର ସିଡିଏମଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ଗୁରୁତର ଅବସ୍ଥାରେ ୬ ଜଣ ଆକ୍ରାନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଯେଉଁମାନଙ୍କ ମଧ୍ୟରୁ ଆଜି ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ତେବେ ମୃତକ ଦୁଇ ଜଣ ହେଲେ ପୁଡ଼ାପଦାର ଗାଁ ମୀରୀ ସାହୁ ଓ ମାଲିବାହାଲ ଗାଁର ସନ୍ତୋଷ ସାହୁ ।

ସୂଚନାଥାଉ ଯେ, ଗତକିଛି ଦିନ ହେବ ରାଉରକେଲାରେ ଝାଡାବାନ୍ତିରେ ପ୍ରାୟ ୧୫ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି । ସହରରେ ଝାଡ଼ାବାନ୍ତି କିପରି ଆଉ ନ ବ୍ୟାପିବ ସେଥିପାଇଁ ଜିଲ୍ଲା ପ୍ରଶାସନ ପୁରା ପ୍ରସ୍ତୁତ ରହିଛି । ଗାଁରେ୧୦୦ରୁ ଉର୍ଦ୍ଧ୍ବ ଆଶାକର୍ମୀ , ଏଏନଏମ୍ ଘରକୁ ଘର ବୁଲି ରୋଗ ନବ୍ୟାପିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ନେବାକୁ ସଚେତନ କରୁଛନ୍ତି । ୬ଟି ମୋବାଇଲ ଡାକ୍ତରୀ ଟିମ୍ ବୁଲି ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି । ଏପଟେ ସ୍ଥିତି ଅନୁଧ୍ୟାନ ପାଇଁ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ରାଉରକେଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com