ଅନ୍ତର୍ଜାତୀୟଜାତୀୟ

ଇମ୍ରାନଙ୍କ ଉପରେ ଭାରି ପଡିପାରେ ନିଜ ଚାଲାକି, ସୁପ୍ରିମକୋର୍ଟ କହିଲେ- ଉପ ବାଚସ୍ପତିଙ୍କ ନିଷ୍ପତ୍ତି ଭୁଲ୍ ଥିଲା

ନୂଆଦିଲ୍ଲୀ() ପାକିସ୍ତାନରେ ବିରୋଧୀ ଦଳ ପକ୍ଷରୁ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଚାଲାକି ତାଙ୍କୁ ଭାରି ପଡିପାରେ। ଗୁରୁବାର ଏହି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ନ୍ୟାସନାଲ ଆସେମ୍ବଲିରେ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଉପ ବାଚସ୍ପତିଙ୍କ ନିଷ୍ପତ୍ତି ଭୁଲ୍ ଥିଲା।

ପାକିସ୍ତାନ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଉମର ଅତା ବନ୍ଦିଆଲଙ୍କ ନେତୃତ୍ଵାଧୀନ ଖଣ୍ଡପୀଠରେ ବିଚାରପତି ଏଜାଜ-ଉଲ ଅହସନ, ମଜହର ଆଲମ ଖାନ ମିଆଁଖାଇଲ, ମୁନିବ ଅଖତର ଓ ଜମାଲ ଖାନ ମନ୍ଦୋଖାଇଲ ସାମିଲ। ପୀଠ ପ୍ରଶ୍ନ କରିଛନ୍ତି ଯେ, ଯଦି ସବୁ କିଛି ସମ୍ବିଧାନ ଅନୁସାରେ ଚାଲିଛି ତେବେ ଦେଶରେ ସାମ୍ବିଧାନିକ ସଙ୍କଟ କାହିଁକି ଉତ୍ପନ ହୋଇଛି ?

ପ୍ରଧାନ ବିଚାରପତି ଉମର ଅତା ବନ୍ଦିଆଲ ଇମ୍ରାନ ଖାନଙ୍କ ପକ୍ଷରୁ ଉପସ୍ଥିତ ଓକିଲଙ୍କୁ ପ୍ରଶ୍ନ କରିଛନ୍ତି, କାହିଁକି ଏହା ଜଣାଉ ନାହାନ୍ତି ଯେ ଦେଶରେ ସାମ୍ବିଧାନିକ ସଙ୍କଟ ଅଛି ନା ନାହିଁ। ଯଦି ସବୁ କିଛି ସମ୍ବିଧାନ ଅନୁଯାୟୀ ହେଉଛି ତେବେ ସଙ୍କଟ କେଉଁଠି ? କିନ୍ତୁ ଏହା ଜାଣି ରଖିବା ଉଚିତ୍ ଯେ ଉପ ବାଚସ୍ପତି ଯାହା ନିଷ୍ପତ୍ତି ନେଇଛନ୍ତି ତାହା ଭୁଲ୍ ଥିଲା।

ଉଚ୍ଚତମ ନ୍ୟାୟାଳୟ ବୁଧବାର କଥିତ ବିଦେଶୀ ଷଡଯନ୍ତ୍ର ବିଷୟରେ ସରକାରଙ୍କ ଜାତୀୟ ସୁରକ୍ଷା ପରିଷଦଠୁ ତଥ୍ୟ ମାଗିଥିଲେ। ତେବେ କୋର୍ଟ ଇମ୍ରାନ ଖାନ ସରକାରଙ୍କ ଏହି ତଥ୍ୟକୁ ଖାରଜ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com