ଓଡ଼ିଶା
କାମାକ୍ଷନଗରରେ ବୋମାମାଡ଼: ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାର ୫ ସଦସ୍ୟ

ଢେଙ୍କାନାଳ() କାମାକ୍ଷାନଗରରେ ଜଣେ ବ୍ୟକ୍ତିଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ମହୁଲପାଳ ଗାଁରେ ବିଳମ୍ବିତ ରାତିରେ ବୋମାମାଡ଼ କରି ଦୁର୍ବୃତ୍ତ ଚମ୍ପଟ ମାରିଥିବା ଜଣାପଡିଛି । ବୋମାମାଡ଼ରେ ଘରର କିଛି ଅଂଶ ସହ ଗେଟ ଭାଙ୍ଗିଥିବା ସୂଚନା ମିଳିଛି । ଅଭିଯୋଗ ପରେ ୨ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି ।