ଭୁବନେଶ୍ୱର() ଭୁବନେଶ୍ୱର ସ୍ଥିତ ଜୟଦେବ ବିହାର ଓଭର ବ୍ରିଜ ତଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍ଟି ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିବାରୁ କିଛି ଶ୍ରମିକ ଆହତ ହୋଇଛନ୍ତି। ଆହତ ଶ୍ରମିକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ ବସ୍ଟି ୩୦ ଜଣ ଶ୍ରମିକଙ୍କୁ ନେଇ ନୟାପଲ୍ଲୀରୁ ପଟିଆ ଅଭିମୁଖେ ଯାଉଥିଲା। ଏହି ସମୟରେ ବସ୍ଟି ଜୟଦେବ ବିହାର ଓଭର ବ୍ରିଜ ତଳେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଶ୍ରମିକଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇଥିଲା। ବସ୍ର ଆଗ ଅଂଶଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଓ ପୁଲିସ ଘଟଣାର ତଦନ୍ତ କରୁଛି।