ଐତିହ୍ୟ ଓ ସଂସ୍କୃତିଜାତୀୟ

୩୦ ଜୁନରୁ ଆରମ୍ଭ ହେବ ଅମରନାଥ ଯାତ୍ରା, ୧୧ ଏପ୍ରିଲରୁ ରେଜିଷ୍ଟ୍ରେଶନ

ନୂଆଦିଲ୍ଲୀ : ଅମରନାଥ ଯାତ୍ରା କରିବାକୁ ଇଚ୍ଛୁକ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆସିଛି ଖୁସି ଖବର । କୋଭିଡ କାରଣରୁ ୨ ବର୍ଷ ଧରି ଅମରନାଥ ଯାତ୍ରା ବନ୍ଦ ଥିବା ବେଳେ ଏଥିର ଭକ୍ତମାନେ ମହାଆନନ୍ଦରେ ବାବା ବର୍ଫାନୀଙ୍କ ଦର୍ଶନ କରିପାରିବେ । ଏହି ଯାତ୍ରା ୩୦ ଜୁନରୁ ଆରମ୍ଭ ହେବ, ଯାହାକି ୧୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ୨ ବର୍ଷ ଭକ୍ତଙ୍କୁ ଦର୍ଶନ ଦେବେ ବାବା ବର୍ଫାନୀ । ଏନେଇ ଶ୍ରୀ ଅମରନାଥ ଶ୍ରାଇନ୍ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
ଶ୍ରୀ ଅମରନାଥ ଶ୍ରାଇନ୍ ବୋର୍ଡର ସିଇଓ ନୀତୀଶ୍ୱର କୁମାର କହିଛନ୍ତି ଯେ, ଅମରନାଥ ଯାତ୍ରା ପାଇଁ ଏଥର ୧୧ ଏପ୍ରିଲରୁ ରେଜିଷ୍ଟ୍ରେଶନ ଆରମ୍ଭ ହୋଇଯିବ । ଦେଶର ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ତଥା ଶ୍ରାଇନ୍ ବୋର୍ଡର ୱେବସାଇଟ୍ ଓ ମୋବାଇଲ ଆପ୍ ଜରିଆରେ ଆପଣ ଅନଲାଇନରେ ବି ରେଜିଷ୍ଟ୍ରେଶନ କରିପାରିବେ ।
ତେବେ ଏଥର ଜାମ୍ମୁ କାଶ୍ମୀରର ରାମବାଣରେ ଏଥର ଏକ ଯାତ୍ରୀ ନିବାସ ନିର୍ମାଣ କରାଯାଇଛି । ଏହି ଯାତ୍ରୀ ନିବାସରେ ୩୦୦୦ ଶ୍ରଦ୍ଧାଳୁ ରହିପାରିବେ । ଶ୍ରାଇନ୍ ବୋର୍ଡର କହିବା ମୁତାବକ, ଏଥର ଅମରନାଥ ଯାତ୍ରା ପାଇଁ ଦେଶ ବିଦେଶରୁ ପ୍ରାୟ ୩,୦୦,୦୦୦ ଭକ୍ତ ଆସିବାର ସମ୍ଭାବନା ରହିଛି । ଯାତ୍ରା ପାଇଁ ୭୫ ବର୍ଷରୁ କମ୍ ଓ ୧୩ ବର୍ଷରୁ ଅଧିକ ବୟସର ବ୍ୟକ୍ତି ରେଜିଷ୍ଟ୍ରେଶନ କରିପାରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com