ଅନ୍ତର୍ଜାତୀୟଜାତୀୟ

ତେଲ ଅଭିଭରେ ଆଖିବୁଜା ଗୁଳିମାଡ଼, ୨ ସାଧାରଣ ଲୋକଙ୍କ ମୃତ୍ୟୁ

ତେଲ ଅଭିଭ() ଇସ୍ରାଏଲର ଜନଗହଳୀପୂର୍ଣ୍ଣ ତେଲ ଅଭିଭ ସହରରେ ଗୁରୁବାର ରାତିରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଜଣେ ଆତଙ୍କୀ ଆଖିବୁଜା ଗୁଳିମାଡ଼ କରିବାରୁ ୨ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଛି। ସେହିପରି ଘଟଣାରେ ଅନ୍ୟ ୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ଗୁରୁତର ରହିଛି।

ଘଟଣା ପରେ ବନ୍ଧୁକଧାରୀ ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ କର୍ଡନ କରିନେଇଛନ୍ତି। ଆଗକୁ ଆହୁରି ଆତଙ୍କୀ ହମଲାର ଆଶଙ୍କାରେ ସହରର ସବୁ ଲୋକଙ୍କୁ ଘର ମଧ୍ୟରେ ଆଶ୍ରୟ ନେବାକୁ କୁହାଯାଇଛି। ବିଭିନ୍ନ କାଫେ, ବାର ଓ ରେଷ୍ଟୁରାଣ୍ଟ ଭିତରେ ସୁରକ୍ଷାକର୍ମୀମାନେ ପଶି ଆକ୍ରମଣକାରୀକୁ ଖୋଜିବାରେ ଲାଗିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗୁଳିମାଡ଼ ପରେ ୧୦ ଜଣଙ୍କୁ ନିକଟସ୍ଥ ଇଚିଲୋଭ ହସ୍ପିଟାଲକୁ ନିଆଯାଇଥିଲା। ସମସ୍ତଙ୍କ ଶରୀରେ ଗୁଳିମାଡ଼ର ଚିହ୍ନ ରହିଛି। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନଙ୍କୁ ସ୍ୱତନ୍ତ୍ର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।

ପୁଲିସ୍ କହିଛି ଯେ ଏହା ଗୋଟିଏ ଆତଙ୍କୀ ହମଲା। ଡିଜେନଗୋଫ ଷ୍ଟ୍ରିଟର ବିଭିନ୍ନ ସ୍ଥାନରେ ଏପରି ଆକ୍ରମଣ ହୋଇଛି। ଡିଜେନଗୋଫ ଷ୍ଟ୍ରିଟ ହେଉଛି ତେଲ ଅଭିଭର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଜନଗହଳୀପୂର୍ଣ୍ଣ ଅଞ୍ଚଳ। ଏଠାରେ ଅନେକ କାଫେ ଓ ବାର ରହିଛି। ତେଣୁ ଏହାକୁ ଟାର୍ଗେଟ କରି ଆତଙ୍କବାଦୀ ଜଣଙ୍କ ହମଲା କରିଛି।

ଆତଙ୍କୀ ହମଲା ପରେ ଶତାଧିକ ସୁରକ୍ଷାକର୍ମୀମାନେ ସର୍ଚ୍ଚଅପରେସନରେ ଲାଗି ପଡ଼ିଛନ୍ତି। ପୁଲିସ୍ ପକ୍ଷରୁ ଲୋକଙ୍କୁ ଘରର କବାଟ ବନ୍ଦ କରି ଭିତରେ ରହିବାକୁ କୁହାଯାଇଛି। ଘଟଣା ପଛରେ ଜଣେ ଆତଙ୍କବାଦୀର ହାତ ଥିବା ପୁଲିସ୍ ଜାଣିବାକୁ ପାଇଛି। ଆକ୍ରମଣକାରୀ ଜଣକ ଅତ୍ୟନ୍ତ ପତଳା ଓ ସେ କଳା ରଙ୍ଗର ଟି-ଶାର୍ଟ ଓ କଳା ଶର୍ଟସ ପିନ୍ଧିଛି। ସେ ଗୋଟିଏ ପିସ୍ତଲ ଧରିଛି। ପୁଲିସ୍‌ ପକ୍ଷରୁ ଆକ୍ରମଣକାରୀର ଫଟୋ ଜାରି କରାଯାଇଛି ଓ ତା’କୁ ଚିହ୍ନଟ କରିବା ପାଇଁ ଲୋକଙ୍କ ସହଯୋଗ ଲୋଡ଼ା ଯାଇଛି।

ଆତଙ୍କବାଦୀମାନେ ଯେଉଁଠି ବି ଥାଆନ୍ତୁ, ଆମେ ସେମାନଙ୍କୁ ଠାବ କରିବୁ। ସେମାନଙ୍କୁ ଯେଉଁମାନେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ସହଯୋଗ କରିଛନ୍ତି, ସେଭଳି ଲୋକଙ୍କୁ ମଧ୍ୟ ଉପଯୁକ୍ତ ପରିଣାମ ଭୋଗିବାକୁ ପଡ଼ିବ।”

ସେହିପରି ଘଟଣାରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିନକେନ ମଧ୍ୟ ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ଆମେରିକା ଏପରି ଏକ ଆତଙ୍କୀ ହମଲା ସମୟରେ ଇସ୍ରାଏଲ ଲୋକଙ୍କ ସହ ରହିଛି। ଏଥିସହ ଘଟଣା ଉପରେ ନଜର ରଖିଥିବା ସେ କହିଛନ୍ତି।

ଗତ ସପ୍ତାହରେ ଇସ୍ରାଏଲର ବନେଇ ବ୍ରାକ ସହରରେ ଜଣେ ବନ୍ଧୁକଧାରୀ ଗୁଳିମାଡ଼ କରିଥିଲା। ଏଥିରେ ୫ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବା ବେଳେ ୧୧ ଜଣ ଆହତ ହୋଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com