ଅନ୍ତର୍ଜାତୀୟଜାତୀୟ

କ୍ଷମତା ଯିବା ପରେ ଘାରିଲା ଗିରଫଦାରୀର ଭୟ ! କୋର୍ଟରେ ଯାଚିକା ଦାଖଲ- ଯେମିତି ଦେଶ ଛାଡି ନଯାଆନ୍ତୁ ଇମ୍ରାନ

ନୂଆଦିଲ୍ଲୀ() ଅନେକ ହୀନ ପନ୍ଥା ଆପଣେଇଲେ ମଧ୍ୟ ଇମ୍ରାନ ଖାନଙ୍କୁ ନିଜର ଗାଦି ହରାଇବାକୁ ପଡିଛି। ଏବେ ତାଙ୍କୁ ଗିରଫଦାରୀର ଭୟ ଘାରିବାରେ ଲାଗିଛି। ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ, ଇମ୍ରାନ ଏବଂ ତାଙ୍କର ମନ୍ତ୍ରୀମାନେ ଦେଶରୁ ପଳାୟନ କରି ପାରନ୍ତି। ଏହି ସବୁ ଆଶଙ୍କା ମଧ୍ୟରେ ଇସଲାମାବାଦ ହାଇକୋର୍ଟ ସୋମବାର ଇମ୍ରାନ ଏବଂ ତାଙ୍କ ମନ୍ତ୍ରୀମାନଙ୍କ ସଂପର୍କିତ ଆବେଦନର ଶୁଣାଣି କରିବେ।

ଆବେଦନରେ କୁହାଯାଇଛି, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ସରକାରରେ ଥିବା ମନ୍ତ୍ରୀ ଦେଶ ଛାଡି ପଳାୟନ କରି ପାରନ୍ତି। ଏଥିରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେସି ଏବଂ ପୂର୍ବତନ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଫଓ୍ଵାଦ ଚୌଧୁରୀ ମଧ୍ୟ ସାମିଲ୍।

୩ ବର୍ଷ ୭ ମାସ ଏବଂ ୨୩ ଦିନ ପରେ ପାକିସ୍ତାନରେ ଇମ୍ରାନ ସରକାରର ପତନ ଘଟି ସାରିଛି। ବିରୋଧୀ ନଓ୍ଵାଜ ସରିଫଙ୍କ ଛୋଟ ଭାଇ ଶେହବାଜ ସରିଫଙ୍କ ନୂତନ ପ୍ରଧାନମନ୍ତ୍ରୀ ହେବା ଦିଗରେ ଅଗ୍ରସର ହେଉଛନ୍ତି। ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁସାରେ, ଇମ୍ରାନ ଖାନ ଏବଂ ତାଙ୍କ ସରକାରରେ ଥିବା ମନ୍ତ୍ରୀ ଶୀଘ୍ର ଦେଶ ଛାଡିବାକୁ ଚାହାନ୍ତି।

Related Articles

Back to top button