ବଲାଙ୍ଗୀର() ଜଳୁଛି ଜଙ୍ଗଲ। ବଲାଙ୍ଗୀର ଜିଲ୍ଲାରେ ହେକ୍ଟର ହେକ୍ଟର ଜଙ୍ଗଲରେ ନିଆଁ ଲାଗିଛି। ବାନାଗ୍ନିରେ ଜଳିଯାଉଛି ପ୍ରାକୃତିକ ପରିବେଶ। ଜିଲ୍ଲାରେ ଥିବା ଜଙ୍ଗଲଗୁଡ଼ିକ ମଧ୍ୟରୁ ୧୧ଟି ରେଞ୍ଜର ଲାଗିଛି ନିଆଁ।
ମହୁଲ ଫୁଲ ଗୋଟାଇବା ପାଇଁ ହଉ କି କାଠ ପାଇଁ ଯାଉଥିବା ମଣିଷ କ୍ଷଣିକ ସ୍ୱାର୍ଥ ପାଇଁ ଭୁଲିଯାଉଛି ଜଙ୍ଗଲର ମମତା। ନିଆଁ ଲଗାଇ ନିଜେ ନଷ୍ଟ କରୁଛି ପରିବେଶ। ଏସବୁ ରୋକିବାରେ ଫେଲ୍ ମିରିଛି ବନ ବିଭାଗ।
ଜଙ୍ଗଲରେ ନିଆଁ ଯୋଗୁ ସହର ଓ ଗାଁ ମୁହାଁ ବନ୍ୟଜନ୍ତୁ। ମଣିଷର ଡହ ଡହ ନିଆଁରେ ତାତିଯାଉଛି ପରିବେଶ। ଦେହହାତ ଜଳିଯାଉଛି। ଜୀବନ ବଞ୍ଚାଇବା ପାଇଁ ଜନବସତୀ ଆଡ଼କୁ ଧାଉଁଛି ଜଙ୍ଗଲି ଜୀବ। ବେଲେ ସେଠି ବି କଉ ନିସ୍ତାର ଅଛି। ନିଆଁରେ ଦାଉରୁ ରକ୍ଷା ପାଇବା ପାଇଁ ଅବୋଧ ପଶୁ ଘରେ ପଶିଯାଉଛି। ଆଉ ଶେଷରେ ବାଡ଼ି ଠେଙ୍ଗା ମାଡ଼ରେ ଯାଉଛି ଜୀବନ। ଜଙ୍ଗଲ ନିଆଁ ପାଇଁ ସାପ ନେଉଳ ଭଳି ସହ ସହ ବନ୍ୟ ଜନ୍ତୁଙ୍କ ପ୍ରାଣ ଚାଲିଯାଉଛି।
ନିଜେ ଲଗାଇଥିବା ନିଆଁରେ ବାଦ ପଡ଼ୁନି ମଣିଷ। ନିଆଁ ପାଇଁ ଏବେ ସହର ଓ ଗାଁ ଗାଁରେ ପ୍ରଚଣ୍ଡ ତାତି ସାଙ୍ଗୁକୁ ନିଆଁର ଗରମ ହାୱାରେ ଶୁଖୁଯାଉଛି ହାତ ପାଦ। ଘରୁ ବାହାରି ପାରୁ ନାହାଁନ୍ତି ଜିଲ୍ଲାବାସୀ।
ନିଆଁ ଏମିତି ଲାଗିଛି ଯେ ନିଆଁକୁ ଆୟତ୍ତ କରିବା ମୁସକିଲ ହୋଇପଡ଼ୁଛି। ହେଲେ କିଭଳି ଲାଗିଲା ଏ ନିଆଁ ? କାହିଁ କି ଲାଗିଲା ? କିଏ ଲଗାଇଲା ? ଏ ସବୁର ଉତ୍ତର ଖୋଜୁ ଖୋଜୁ ଏବେ ଜଳି ସାରିଛି ୧୦୦ ହେକ୍ଟରରୁ ଅଧିକ ଜଙ୍ଗଲ।
ବଲାଙ୍ଗୀର ଜିଲ୍ଲା ଘଞ୍ଚ ଜଙ୍ଗଳର ଅରଣ୍ୟ ଭିତରେ ରହିଛି। ଜଙ୍ଗଲଗୁଡ଼ିକରେ ବର୍ତ୍ତମାନ ପତ୍ର ଝଡ଼ା ସମୟ ଚାଲିଛି। ମହୁଲ ଫୁଲ ସହ କାଠ ପାଇଁ ଲୋକମାନେ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବା ଅଭିଯୋଗ ହେଉଛି। ଏହି ନିଆଁ ଶେଷରେ ସମଗ୍ର ଜଙ୍ଗଲକୁ ଜାଳି ଦେଉଛି। ଆଉ ନଷ୍ଟ ହେଉଛି ଶହ ଶହ ହେକ୍ଟର ଜଙ୍ଗଳରେ ଏବେ ନିଆଁ ଲାଗି। ଯାହା ଫଳରେ ବନ୍ୟ ଜନ୍ତୁ ଠାରୁ ଜନସାଧାରଣ ସମସ୍ତେ ନାନା ହଇରାଣ ହରକତ ହେଉଛନ୍ତି।
ବଲାଙ୍ଗୀର ଜିଲ୍ଲାର ୧୧ଟି ରେଞ୍ଜର ଜଙ୍ଗଲ ଏବେ ନିଆ କବଳରେ ରହିଛି। ସର୍ବାଧିକ ପାଟଣାଗଡ଼ ରେଞ୍ଜରେ ୪୪ଟି ପଏଣ୍ଟରେ ୩୦ ହେକ୍ଟରରେ ନିଆଁ ଲାଗିଥିବା ବେଳେ ପର୍ଯ୍ୟଟନ କ୍ଷେତ୍ର ହରିଶଙ୍କର ୧୦୪ଟି ପଏଣ୍ଟରେ ୨.୧୨୪ ହେକ୍ଟର, ବଲାଙ୍ଗୀରରେ ୫୨ଟି ପଏଣ୍ଟରେ ୧୪.୫୮ହେକ୍ଟର, ଲାଠୋର ରେଞ୍ଜରେ ୬୧ଟି ପଏଣ୍ଟର ୪.୭୯୮ ହେକ୍ଟର ସେହିପରି ସଇଁନ୍ତଳା ରେଞ୍ଜ ୫୭ଟି ପଏଣ୍ଟଟ ୩.୪୬୨ ହେକ୍ଟର ସମେତ ଲୋଇସିଂହା , ବଙ୍ଗୋମୁଣ୍ଡା, ଦେଓଗାଁ, କଣ୍ଟାବାଞ୍ଜି, ମୁରିବାହାଲ ଓ ଟିଟିଲାଗଡ ରେଞ୍ଜର ବିଭିନ୍ନ ଜାଗାରେ ୧୦ ଦିନରେ ୧୦୦ ହେକ୍ଟର ଜଳିସାରିଛି।
ସେଭଳି କେବଳ ମାର୍ଚ୍ଚ ମାସରେ ୨୦୦ ହେକ୍ଟର ଜଙ୍ଗଲ ଜଳି ନଷ୍ଟ ହୋଇଥିବା ବିଭାଗ ପକ୍ଷରୁ ତଥ୍ୟ ଦିଆଯାଇଛି। କିନ୍ତୁ ସେପଟେ କେବଳ ସଚେତନ ସହ ଲୋକଙ୍କୁ ବୁଜାଇବାରେ ବ୍ୟସ୍ତ ବନବିଭାଗ। ଗାଁ ଗାଁରେ ଲୋକଙ୍କୁ ନାଚଗୀତ କରି ବୁଝାଉଛି ବନବିଭାଗ। ଡିଏଫଓଙ୍କ କହିବା କଥା ସାଟେଲାଇଟ ଦ୍ୱାରା ନଜର ରଖା ଯାଉଛି ଏବଂ ବିଭିନ୍ନ ସ୍ଥାନରେ ଟିମ ଗଠନ କରାଯାଇ ନିଆ କୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଉଛି।
ବେଳ ଥାଉ ଥାଉ ସାବଧାନ ନହେବାର ପରିଣାମ ଏବେ ଭୋଗୁଛନ୍ତି ବନ୍ୟନ୍ତୁଙ୍କ ଠାରୁ ଜନସାଧାରଣ। ତା ସହ କ୍ଷତି ହେଉଛି ବହୁ ମୂଲ୍ୟବାନ ଗଛ। ଯାହା ଉପରେ ରୋକ ଲଗାଇବା ପାଇଁ ବନବିଭାଗକୁ ଆହୁରି ତତ୍ପରତା ଦେଖାଇବାର ଆବଶ୍ୟକତା ରହିଛି।