ଓଡ଼ିଶା

ଆଜି ଛେନାପୋଡ଼ ଦିବସ

ନୟାଗଡ() ଆଜି ଛେନାପୋଡ଼ ଦିବସ । ନୟାଗଡ ଛେନାପୋଡକୁ ବିଶ୍ୱସ୍ତରୀୟ କରାଇବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ନୟାଗଡ ଛେନାପୋଡର ସ୍ରଷ୍ଟା କୁହାଯାଉଥିବା ସୁଦର୍ଶନ ସାହୁଙ୍କ ଜନ୍ମ ଦିବସକୁ ବିଶ୍ୱ ଛେନାପୋଡ ଦିବସ ରୂପେ ପାଳନ କରିବା ପାଇଁ ଅଣ୍ଟା ଭିଡିଛନ୍ତି ବିଭିନ୍ନ ଅନୁଷ୍ଠାନ l ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଛେନାପୋଡ଼ ଦିବସ ନେଇ ଚର୍ଚ୍ଚା ହେଉଛି ।

ଦିନେ ସହରର କଚେରୀ ବଜାରରେ ଜଳଖିଆ ଦୋକାନ କରିଥିବା ସୁଦର୍ଶନ ସାହୁ ବଳିପଡିଥିବା କିଛି ଛେନାକୁ ବଞ୍ଚାଇବା ପାଇଁ କରିଥିଲେ ଉଦ୍ୟମ । ବଳକା ଛେନାରେ କିଛି ଚିନି ମିଶାଇ ତାକୁ ପୋଡି ପୋଡପିଠା ପ୍ରସ୍ତୁତ କରିଥିଲେ ସୁଦର୍ଶନ । ସେଥିପାଇଁ ସୁଦର୍ଶନଙ୍କୁ ଛେନାପୋଡର ସ୍ରଷ୍ଟା ବୋଲି କୁହାଯାଉ ଥିବାବେଳେ ପରେ ଏହାର ଆଦୃତି ବଢିବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com