ସ୍ୱାସ୍ଥ୍ୟ
ନୂଆ ଭାରିଏଣ୍ଟ XEକୁ ନେଇ ଆତଙ୍କ: ଭୟଭୀତ ନହେବାକୁ NTAGI ମୁଖ୍ୟଙ୍କ ପରାମର୍ଶ
ନୂଆଦିଲ୍ଲୀ() ଦେଶରେ ପୁଣି ପ୍ରବେଶ କରିଛି କରୋନାର ନୂଆ ଭାରିଏଣ୍ଟ। ଓମିକ୍ରନର ସବ୍ ଭାରିଏଣ୍ଟ ଏକ୍ସଇକୁ ନେଇ ଭାରତରେ ଖେଳିଯାଇଛି ଆତଙ୍କ। ଗୁଜରାଟ ଓ ମୁମ୍ବାଇରୁ କରୋନାର ଏକ୍ସଇ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଚିହ୍ନଟ ହେବା ପରେ ଏବେ ଏହାକୁ ନେଇ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି। ଏହି ଭାରିଏଣ୍ଟ ଭାରତରେ ପୁଣି କରୋନାର ଚତୁର୍ଥ ଲହର ଆଣିପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଏହାରି ଭିତରେ କୋଭିଡର ଏହି ନୂଆ ଏକ୍ସ-ଇ ଭାରିଏଣ୍ଟକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ଏନଟିଏଜିଆଇ(National Technical Advisory Group on Immunisation) ମୁଖ୍ୟ ଏନକେ ଅରୋରା ।
ସେ କହିଛନ୍ତି ଓମିକ୍ରନ୍ ଏକ୍ସ-ଇ ପରି ଅନେକ ନୂଆ ଭାରିଏଣ୍ଟ ସୃଷ୍ଟି କରିବ। ତେବେ ଏସବୁ ଭାରିଏଣ୍ଟ ମାରାତ୍ମକ ନୁହନ୍ତି। ଏହା କୌଣସି ଗମ୍ଭୀର ରୋଗ ସୃଷ୍ଟି କରିବ ନାହିଁ। ଏହି ଭାରିଏଣ୍ଟ ଦ୍ରୁତ ସଂକ୍ରାମକ କରିପାରିବ ନାହିଁ। ଭାରତୀୟ ଡାଟା ଅନୁସାରେ, ଏହାର ସଂକ୍ରମଣ ବେଗ ମଧ୍ୟ କମ୍ ବୋଲି କହିଛନ୍ତି ଏନକେ ଅରୋରା।
Omicron giving rise to many new variants. It is of X series like XE & others. These variants will keep on occurring. Nothing to panic about… At the moment from Indian data it doesn’t show a very rapid spread: NK Arora, Chairman, Covid working group NTAGI pic.twitter.com/fu5E3QmdoJ
— ANI (@ANI) April 11, 2022