ଜାତୀୟମନୋରଞ୍ଜନ

‘RRR’ ଫିଲ୍ମର ପ୍ରଶଂସା କଲେ ଭଲ୍ଲାଲଦେବ, କହିଲେ- ରାଜମୌଲି ପୁରା କରିଛନ୍ତି ‘ୱାନ ଇଣ୍ଡିଆ-ୱାନ ସିନେମା’ର ସ୍ୱପ୍ନ

ମୁମ୍ୱାଇ () ବାହୁବଳୀ ଓ ବାହୁବଳୀ ୨ରେ ଭଲ୍ଲାଲଦେବ ଭୂମିକାରେ ଅଭିନୟ କରିଥିବା ଅଭିନେତା ରାଣା ଡଗ୍ଗୁବତୀ  ଏସ.ଏସ. ରାଜମୌଲିଙ୍କ ଫିଲ୍ମ ‘RRR’ କୁ ଭରପୁର ତାରିଫ କରିଛନ୍ତି । ଡଗ୍ଗୁବତୀ ରାଜମୌଲିଙ୍କୁ ପ୍ରଶଂସା କରି କହିଛଛନ୍ତି ସେ ‘ୱାନ ଇଣ୍ଡିଆ ଓ ୱାନ ସିନେମା’ର ସ୍ୱପ୍ନ ପୁରଣ କରିଛନ୍ତି । ସୂଚନା ଥାଉକି ପ୍ରଭାସଙ୍କ ଅଭିନିତ ଫିଲ୍ମ ବାହୁବଳୀ ଓ ବାହୁବଳୀ-୨ ରେ ରାଜମୌଲି ନିର୍ଦ୍ଦେଶନା ଦେଇଥିଲେ ଯେଉଁଥିରେ ରାଣା ଡଗ୍ଗୁବତୀ ଭଲ୍ଲାଲ ଦେବ ଭୂମିକାରେ ନଜର ଆସିଥିଲେ। ଏହି ଫିଲ୍ମବି ବ୍ଲକ ବଷ୍ଟରରେ ହିଟ୍‌ ହେବା ସହିତ ବହୁତ ଲୋକପ୍ରିୟ ହୋଇଥିଲା ।

ଫିଲ୍ମ RRR ଆୟ ଏବେ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ହଜାରେ କୋଟି ପାର୍ କରିସାରିଛି  ଓ ଡଗ୍ଗୁବତୀ ଫିଲ୍ମର ହଜାରେ କୋଟି ଟଙ୍କାର ଆୟ ପାର କରିଥିବା ପୋଷ୍ଟର ମଧ୍ୟ ସୋସିଆଲ ମିଡିଆରେ ସେୟାର କରି ରାଜମୌଲିଙ୍କୁ ଶୁଭକାମନା ଦେଇଛନ୍ତି । ରାଣା ଡଗ୍ଗୁବତୀ ଲେଖିଛନ୍ତି ୱାନ ଇଣ୍ଡିଆ ୱାନ ସିନେମା ବାସ୍‌ ଏକ ସ୍ୱପ୍ନ ଥିଲା ଯେତେ ପର୍ଯ୍ୟନ୍ତ ଜଣେ ମଣିଷ ଆଗକୁ ଆସି ଦେଖାଇ ନଥିଲା ଏହାକୁ ଏହିପରି  କରାଯାଏ।

ଡଗ୍ଗୁବତୀ ଫିଲ୍ମର ପୋଷ୍ଟରକୁ ସେୟାର କରି କହିଛନ୍ତି “କ୍ୟାପଟେନ ପୁଣିଥରେ ଆପଣ କରି ଦେଖାଇଲେ। ରାଜମୌଲି ଓ ତାଙ୍କ ଫିଲ୍ମ RRRର ସମସ୍ତ ସଦସ୍ୟଙ୍କୁ ସଲାମ କରୁଛି’’। ରାଣାଙ୍କ ଟୁଇଟ୍‌ ପରେ ଅନେକ ଲୋକ ତାଙ୍କୁ ସପୋର୍ଟ କରିବା ଭଲ ଭଲ କମେଣ୍ଟ ମଧ୍ୟ କରିଛନ୍ତି । ରାଜମୌଲିଙ୍କ ଫିଲ୍ମ ବାହୁବଳୀ ବକ୍ସ ଅଫିସରେ ହିଟ୍‌ ହେବା ସହିତ ବାହୁବଳୀ-୨ ମଧ୍ୟ ପାଖାପାଖି ୨୦୦୦ କୋଟି ଟଙ୍କା ଆୟ କରିଥିଲା ।

ଏବେବି ଭାରତୀୟ ବକ୍ସ ଅଫିସରେ ‘RRR’ ର ଲୋକ ପ୍ରିୟତା କାଏମ ରହିଛି। ଏଥିରେ ଜୁନିଅର ଏନଟିଆର, ରାମ ଚରଣ, ଅଜୟ ଦେବଗନ, ଓ ଆଲିଆ ଭଟ୍ଟଙ୍କ ଭଳି ଅନେକ ପ୍ରମୁଖ କଳାକରମାନେ ଅଭିନୟ କରିଛନ୍ତି। ଦକ୍ଷିଣ ଭାରତରେ ଏହି ଚଳଚ୍ଚିତ୍ର ଭରପୁର ଆୟ କରିବା ସହିତ ଉତ୍ତରଭାରତରେ ମଧ୍ୟ ଜବରଦସ୍ତ ଆୟ କରିବାରେ ସଫଳ ହୋଇଛି । ଏଥିରେ ଜବରଦସ୍ତ ଆକ୍ସନ ସିନ୍‌ ମଧ୍ୟ ରହିଛି ଯାହାକୁ ଦର୍ଶମାନେ ଖୁବ ପସନ୍ଦ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com