
ଭୁବନେଶ୍ୱର: ୧୨ଟା ପର୍ଯ୍ୟନ୍ତ ମୁଲତବୀ ହେଲା ଗୃହ । ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ବିଧାନସଭା ବଜେଟ ଅଧିବେସନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହେଉଥିବା ବେଳେ, ଗୃହକାର୍ଯ୍ୟ ଆରମ୍ଭରୁ ହିଁ ଆକ୍ସନ ମୁଡକୁ ଆସିଥିଲେ କଂଗ୍ରେସ ସଦସ୍ୟ । ଗାନ୍ଧୀ ମୂର୍ତ୍ତି ତଳେ କରିଥିଲେ ବିକ୍ଷୋଭ । ମହିଳାଙ୍କ ସୁରକ୍ଷାକୁ ନେଇ ଉଠାଇଥିଲେ ପ୍ରଶ୍ନ । ସେପଟେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ସଦନ ମଧ୍ୟରେ ଉଭୟ କଂଗ୍ରେସ ଓ ବିଜେଡି ସଦସ୍ୟମାନେ କରିଥିଲେ ହଙ୍ଗାମା । ପ୍ରଥମେ ଗୃହକୁ ୧୨ଟା ପର୍ଯ୍ୟନ୍ତ ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନ ହଙ୍ଗାମାକୁ ଦୃଷ୍ଟିରେ ରଖି ସଦନକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଘୋଷଣା କରିଛନ୍ତି ବାଚସ୍ପତି ।