କ୍ରୀଡ଼ା

IPL ୨୦୨୨: ଆଜି ମୁମ୍ବାଇକୁ ଭେଟିବ ପଞ୍ଜାବ, ପ୍ରଥମ ବିଜୟ ଲକ୍ଷ୍ୟରେ ରୋହିତ ବାହିନୀ

ମୁମ୍ବାଇ: ଆଜି ଇଣ୍ଡିଆନ ପ୍ରିମିୟର ଲିଗର ୨୩ ତମ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ । ଏହି ମ୍ୟାଚ ଆଜି ସନ୍ଧ୍ୟା ୭ଟା୩୦ରେ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ ପୂର୍ବରୁ ଉଭୟ ଦଳ ନେଟ୍ସରେ ଜୋରଦାର ଅଭ୍ୟାସ କରିଛନ୍ତି । ଉଭୟ ଦଳ ସେମାନଙ୍କ ଶେଷ ମ୍ୟାଚରେ ପରାଜୟ ବରଣ କରି ଆସିଥିବାରୁ ଏହି ମ୍ୟାଚରେ ବିଜୟ ଲାଭ କରିବାକୁ ଚେଷ୍ଟା କରିବେ ।

ଯଦି ପଞ୍ଜାବ କିଙ୍ଗ୍ସ କଥା କହିବା ତାହାଲେ ଚଳିତ ସିଜିନରେ ବିଜୟରୁ ଆରମ୍ଭ କରିଥିଲା ମୟଙ୍କ ବାହିନୀ । ପ୍ରଥମ ମ୍ୟାଚରେ ବିଜୟ ଲାଭ ପରେ ଦ୍ୱିତୀୟ ମ୍ୟାଚରେ ପରାଜୟର ସ୍ୱାଦ ଚାଖିଥିଲା ପଞ୍ଜାବ । ଦ୍ୱିତୀୟ ମ୍ୟାଚରେ ପରାଜୟ ପରେ ପୁଣି ତୃତୀୟ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ବିଜୟ ଲାଭ କରିଥିଲା । କିନ୍ତୁ ଚତୁର୍ଥ ମ୍ୟାଚରେ ଗୁଜୁରାଟ ଟାଇଟନ୍ସଠାରୁ ପରାସ୍ତ ହୋଇଥିଲା ପଞ୍ଜାବ । ପଞ୍ଜାବ ଚଳିତ ସିଜିନରେ ୪ଟି ମ୍ୟାଚ ଖେଳି ୨ଟି ମ୍ୟାଚରେ ବିଜୟ ସହ ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ରହିଛି ।

ସେହିପରି ମୁମ୍ବାଇ ଇଣ୍ଡିଆନ୍ସ କଥା ଯଦି କହିବା ତାହାଲେ ଚଳିତ ସିଜିନରେ ନୈରାଶଜନକ ପ୍ରଦର୍ଶନ କରିଛି ମୁମ୍ବାଇ । ମୁମ୍ବାଇ ପ୍ରଥମ ୪ଟି ମୁକାବିଲାରେ ୪ଟି ମ୍ୟାଚରେ ପରାଜୟ ବରଣ କରିଛି । ତେଣୁ ପ୍ଲେ-ଅଫକୁ ଯିବାକୁ ହେଲେ ମୁମ୍ବାଇ ଇଣ୍ଡିଆନ୍ସକୁ ଆଜିର ମ୍ୟାଚରେ ବିଜୟ ଲାଭ କରିବାକୁ ଚେଷ୍ଟା କରିବ । ଆଇପିଏଲ ଇତିହାସରେ ଉଭୟ ଦଳ ୨୭ ଥର ମୁହାଁମୁହିଁ ହୋଇଛନ୍ତି । ସେଥିମଧ୍ୟରୁ ୧୪ଟି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟଲାଭ କରିଥିବାବେଳେ ୧୩ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ବିଜୟ ଲାଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com