ଗତ ୧୧ ତାରିଖ ରାତିରେ ଶିବ ନିଜ ବଡ଼ଭାଇ, ଭାଉଜ, ଜଣେ ଝିଆରୀ ଓ ୨ ପୁତୁରାଙ୍କୁ ହତ୍ୟା କରିଥିଲା ବେଳେ ୧୨ ତାରିଖ ସକାଳେ ସ୍ୱାଭାବିକ ଭାବେ ଗାଁରେ ବୁଲିଥିଲା । ଲୋକଙ୍କ ସହ କଥା ହୋଇଥିଲା। ଏହାପରେ ସରପଞ୍ଚ, ୱାର୍ଡମେମ୍ବରଙ୍କ ନିକଟକୁ ଭିଡିଓ ଛାଡ଼ି ଥାନାକୁ ଯାଇ ଆତ୍ମସମର୍ପଣ କଲା। ଜଣେ ମଧ୍ୟବୟସ୍କ ବ୍ୟକ୍ତି ୫ ଜଣଙ୍କୁ ହତ୍ୟା କରିବା ପରେ କିପରି ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ୱାଭାବିକ ରହିଲା, ତା’ ଲୁଗାପଟାରେ ରକ୍ତ ଛିଟା ଲାଗିଥିଲା ନା ନାହିଁ, ଲାଗିଥିଲେ ତାହାକୁ କେଉଁଠି ଲୁଚାଇ ରଖିଛି ଆଦି ପ୍ରଶ୍ନର ଉତ୍ତର ଖୋଜିବାକୁ ଶିବକୁ ଘାଣ୍ଟିବ ପୁଲିସ୍।