ଓଡ଼ିଶା

ପୋଲିସ-ନକ୍ସଲ ମୁହାଁମୁହିଁ, ୨ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି() ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଣି ମାଓ ତାଣ୍ଡବ ଦେଖିବାକୁ ମିଳିଛି। ସୁକମା ଜିଲ୍ଲାର କିଷ୍ଟରାମ ଜଂଗଲରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ଜଣେ ନକ୍ସଲ ମୃତ୍ୟୁବରଣ କରିଥିବା ସୂଚନା ମିଳିଥିବା ବେଳେ ନକ୍ସଲ ପୁଲିସ ଗୁଳିର ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇଥିଲେ। ଅନ୍ୟ ଏକ ଘଟଣାରେ ନକ୍ସଲ ଗତକାଲି ବିଳମ୍ବିତ ରାତିରେ ପୁଲିସ କ୍ୟାମ୍ପ ପ୍ରତିଷ୍ଠାକୁ ବିରୋଧ କରି କୋତାଚେରୁ ଏବଂ ଗୋରଖା ମଧ୍ୟରେ ଥିବା ଏକ କଲଭର୍ଟକୁ ବୋମା ଲଗାଇ ଉଡାଇ ଦେଇଛନ୍ତି। ତେବେ ସକାଳୁ ପୁଲିସ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ବ୍ରିଜ କାମକୁ ପୁଣି ମରାମତି କରିଥିବା ଜଣାପଡିଛି। ସେହିପରି ଗଡଚଲେରି ଅଂଚଳରେ ଦୁଇ ଜଣ ଗ୍ରାମବାସୀକୁ ନକ୍ସଲ ହତ୍ୟା କରିଥିବା ଜଣାପଡିଛି। ତେବେ ଏମାନଙ୍କ ମଧ୍ୟରେ ଜଣେ ପୂର୍ବରୁ ମାଓ ସଂଗଠନରେ କାମ କରୁଥିଲା ବୋଲି ପୁଲିସ କହିଛି।

Related Articles

Back to top button