ଅନ୍ୟାନ୍ୟ

ବୋଲେରୋ-ଟ୍ରକ୍ ମୁହାଁମୁହିଁ ଧକ୍କା : ୬ ଜଣଙ୍କ ମୃତ୍ୟୁ, ୩ ଜଣ ଗୁରୁତର

ଜୟପୁର() ରାଜସ୍ଥାନ ଯୋଧପୁର-ଜୟପୁର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବୋଲେରୋକୁ ପଛପଟୁ ଟ୍ରକ୍ ଧକ୍କା ଦେବା ଯୋଗୁଁ ୬ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଯୋଧପୁର ମଥୁରାଦାସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗୁରୁବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଏକ ବୋଲେରୋରେ କିଛି ଲୋକ ଜୈସଲମର ନାଗାଣା ମନ୍ଦିର ଦର୍ଶନ କରିବାକୁ ବାହାରିଥିଲେ । ବିଲାଡା ନିକଟରେ ଗାଡି ଚକ ପଙ୍କଚର ହୋଇଯାଇଥିଲା । ଗାଡି ଚକ ବଦଳାଇ ସାରି ମନ୍ଦିର ଅଭିମୁଖେ ବାହାରିବା ବେଳେ ବୀପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ବୋଲେରୋକୁ ଧକ୍କା ଦେଇଥିଲା ।

ଘଟଣା ସମ୍ପର୍କରେ ସୂଚନା ପାଇ ବିଲାଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିବା ଯେ ବୋଲେରୋଟି ଭାଙ୍ଗି ଚୁରମାର ହୋଇଯାଇଥିଲା ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com