ଜାତୀୟ
ମୂଲ୍ୟ ବୃଦ୍ଧି କଲେ ହିନ୍ଦୁସ୍ତାନ ୟୁନିଲିଭର, ଗୋଟିଏ ଝଟକାରେ ୨୦% ମହଙ୍ଗା ହୋଇଗଲା ସାବୁନ ଓ ଡିଟର୍ଜେଣ୍ଟ

ନୂଆଦିଲ୍ଲୀ() ପୁଣି ପଡିଲା ମହଙ୍ଗା ମାଡ! ଗୋଟିଏ ଝଟକାରେ ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ନିଜ ଏଫଏମସିଜି ଉତ୍ପାଦ ମୂଲ୍ୟରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପେଟ୍ରୋଲ, ଡିଜେଲ ଓ ଗ୍ୟାସ ସିଲିଣ୍ଡର ପରେ ଏବେ ସାବୁନ ଓ ସର୍ଫ ମଧ୍ୟ ମହଙ୍ଗା ହୋଇ ଯାଇଛି। ଲଗାତାର ହେଉଥିବା ମୂଲ୍ୟବୃଦ୍ଧିରେ ଏଚୟୁଏଲ ସାବୁନ ସର୍ଫ ଦର ବଢେଇ ଦେଇଛନ୍ତି। ଫଳରେ ହ୍ୱିଲ, ରିନ, ଲାଇଫବୟ ସମେତ ଅନେକ ପ୍ରକାରର ସାବୁନ ମୂଲ୍ୟ ବଢ଼ି ଯାଇଛି।

କଞ୍ଚାମାଲ ମୂଲ୍ୟ ଲଗାତାର ବଢ଼ିବା ସାବୁନ ଓ ଡିଟର୍ଜେଣ୍ଟ ମହଙ୍ଗା ହୋଇଥିବା କମ୍ପାନୀ କହିଛି। ଇନପୁଟ କଷ୍ଟରେ ହେଉଥିବା ବୃଦ୍ଧି ଯୋଗୁ ଗତବର୍ଷ ମଧ୍ୟ ସାବୁନ ଓ ସର୍ଫ ମୂଲ୍ୟ ବଢ଼ିଥିଲା ବୋଲି କମ୍ପାନୀ କହିଛନ୍ତି। ଡୋଭ ଓ ପିୟର୍ସ ୧୨୫ ଗ୍ରାମ ପ୍ରତି ୟୁନିଟ ପିଛା ମୂଲ୍ୟରେ ୧୦ରୁ ୧୨ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ସେହିପରି ଲାଇଫବୟ ୪ଟି ସାବୁନର ଗୋଟିଏ ବଣ୍ଡଲ ୧୨୪ଟଙ୍କାରୁ ୧୩୬ ଟଙ୍କା ହୋଇଯାଇଛି। ହ୍ୱିଲ ଡିଟରଜେଣ୍ଟ ୫୦୦ ଗ୍ରାମ ଓ ୧ କେଜି ପ୍ୟାକ୍ ମୂଲ୍ୟ ୩୩ ଓ ୬୫ ଟଙ୍କା ହୋଇଯାଇଛି।





