ଜାତୀୟମନୋରଞ୍ଜନ

ରଣବୀର-ଆଲିଆଙ୍କ ପୂରା ବିବାହ ଓଟିଟିରେ ଦେଖିବେ ଫ୍ୟାନ୍ସ ! କୋଟି କୋଟି ଟଙ୍କାରେ ବ୍ରିକ୍ରି ହେବ ଫଟୋ ଓ ଭିଡିଓ

ନୂଆଦିଲ୍ଳୀ() ମିସ୍‌ରୁ ମିସେସ୍‌ କପୁର ହେଲେ ଆଲିଆ ଭଟ୍ଟ। ପ୍ରଶଂସକମାନେ ମଧ୍ୟ ଏହି ଦିନ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ବର୍ତ୍ତମାନ ସେହି ଅପେକ୍ଷା ଅନ୍ତ ହୋଇଛି । ଏହି ଲଭ ବାର୍ଡ ୫ ବର୍ଷ ଧରି ଡେଟ୍‌ କରିବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ବିବାହରେ ଦୁଇ ପରିବାର କିଛି ଘନିଷ୍ଠ ବନ୍ଧୁ ସାମିଲ୍‌ ହୋଇଥିଲେ। ଏବେ ବୟଫ୍ରେଣ୍ଡ -ଗର୍ଲଫ୍ରେଣ୍ଡରୁ ଅଫିସିଆଲି ଭାବେ ସ୍ୱାମୀ ଏବଂ ସ୍ତ୍ରୀ ହୋଇଯାଇଛନ୍ତି । ହେଲେ ଏବେ ଆଉ ଗୋଟିଏ ଖବର ଶୁଣିବାକୁ ମିଳିଛି, ଯାହାକୁ ଶୁଣି ପ୍ରଶଂସକମାନେ ଖୁସି ହେବେ ।

ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ କୁହାଯାଉଛି ଯେ ରଣବୀର ଆଲିଆଙ୍କ ବିବାହକୁ ବ୍ୟକ୍ତିଗତ ଭାବେ ରଖାଯାଉଛି କାରଣ ଏହାକୁ ପ୍ରମୁଖ ଓଟିଟି ପ୍ଲାଟଫର୍ମରେ ଉଭୟଙ୍କ ଫଟୋ ଏବଂ ଭିଡିଓ ଷ୍ଟ୍ରିମ୍ କରିବାକୁ କୁହାଯାଇଛି । ଆସନ୍ତା କିଛି ମାସ ମଧ୍ୟରେ ରଣବୀର ଏବଂ ଆଲିଆଙ୍କ ବିବାହର ଫୁଟେଜ୍ ଓଟିଟି ପ୍ଲାଟଫର୍ମରେ ସିଧା ପ୍ରସାରଣ କରାଯିବ । କେବଳ ଏତିକି ନୁହେଁ, ଓଟିଟି କମ୍ପାନୀ ଏହାକୁ କିଣିବା ପାଇଁ ୯୦-୧୧୦ କୋଟି ଟଙ୍କା ଦେଇଛି ବୋଲି କୁହାଯାଉଛି। କିନ୍ତୁ ଏହି ଖବର ଉପରେ ଏହି ଦମ୍ପତିଙ୍କ ଟିମ୍‌ କିଛି କହିନାହାନ୍ତି । ଏହା ପୂର୍ବରୁ କ୍ୟାଟ୍ରିନା କ କୈଫ୍‌ ଏବଂ ଭିକି କୌଶଲଙ୍କ ବିଷୟରେ ମଧ୍ୟ ଖବର ଆସିଥିଲା ​​ଯେ ଉଭୟ ନିଜ ବିବାହର ସମସ୍ତ ଫଟୋ ଓ ଭିଡିଓ ପ୍ରାୟ ୮୦ କୋଟିରେ ବିକ୍ରି କରିଛନ୍ତି। ହେଲେ ତାହା କେତେ ଦୂର ସତ ଆଗକୁ ଜଣାପଡିବ।

Related Articles

Back to top button
WP Twitter Auto Publish Powered By : XYZScripts.com