ଓଡ଼ିଶା

କାଶୀପୁରରେ କମୁନି ହଇଜା ; ମୃତ୍ୟୁ ସଂଖ୍ୟା ୯ କୁ ବୃଦ୍ଧି

କାଶୀପୁର, ୨୩.୦୭.୨୦୨୨- ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ଗାଁ ମାନଙ୍କରେ ବ୍ୟାପିଥିବା ହଇଜା ଉଗ୍ର ହେବାରେ ଲାଗିଛି। ଶନିବାର ଭୋରରୁ ଆଉ ଜଣେ ହଇଜା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଡେଙ୍ଗାଗୁଡା ଗ୍ରାମର ଅର୍ଜୁନ ମାଝୀ । ସେ ଭଲ ହୋଇଗଲେ କହି ଡାକ୍ତର ତାଙ୍କୁ ଫରାଇ ଦେଇଥିଲେ । ପରେ ଘରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୯ ରେ ପହଁଂଚିଛି । ବର୍ତ୍ତମାନ ସୁଦ୍ଧା ଶତାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏଥିସହ ଡେଙ୍ଗାଗୁଡା ଗ୍ରାମରେ ଆହୁରି ୫ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଡାକ୍ତରଖାନାରେ ସ୍ଥାନ ଅଭାବରୁ ୩ ହସ୍ପିଟାଲରେ ମାତ୍ର ୪୮ ରୋଗୀ ଚିକିତ୍ସିତ ହେଉଛନ୍ତି । ହେଲେ ଘରେ ୫ଶହରୁ ଅଧିକ ଆକ୍ରାନ୍ତ ଅନିଶ୍ଚିତତା ମଧ୍ୟରେ ଭାଗ୍ୟକୁ ଆଦରି ପଡିଛନ୍ତି । ଅପରପକ୍ଷରେ ହଇଜା ସ୍ଥିତି ଅନୁଧ୍ୟାନ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏବଂ ଆଇନ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରଭାବିତ ଗ୍ରାମ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com